ନୂଆଦିଲ୍ଲୀ: ‘ମୁଁ ଗଣମାଧ୍ୟମକୁ ଅନୁରୋଧ କରୁଛି କି ମୋ ବୟାନକୁ ଭୁଲ ଢଙ୍ଗରେ ଦେଖାଇବା ବନ୍ଦ କରାଯାଉ । ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ବଡ ପଦକ୍ଷେପ ନେଉଛନ୍ତି । ଏପରି ଆଗକୁ ମଧ୍ୟ କରିବେ । ଏଣୁ କୌଣସି ପ୍ରକାର ଅସ୍ଥିର ପରିସ୍ଥିତି ଉତ୍ପନ୍ନ କରିବା ଆବଶ୍ୟକ ନାହିଁ । ଦେଶର ଆର୍ଥିକ ସଙ୍କଟ ଉପରେ ଦେଇଥିବା ବୟାନ ନେଇ ଟ୍ବିଟ କରି ଏଭଳି ସଫେଇ ଦେଇଛନ୍ତି ନୀତି ଆୟୋଗ ଉପାଦକ୍ଷ ରାଜୀବ କୁମାର ।
ଆର୍ଥିକ ସଙ୍କଟ : ନିଜ ବୟାନକୁ ନେଇ ସଫେଇ ଦେଲେ ରାଜୀବ - ନୀତି ଆୟୋଗ ଉପାଦକ୍ଷ ରାଜୀବ କୁମାର
ଅର୍ଥନୀତିକୁ ସୁଦିଗରେ ନେବା ପାଇଁ ସରକାର ବଡ ପଦକ୍ଷେପ ଉଠାଉଛନ୍ତି । ଆଗକୁ ମଧ୍ୟ ଏପରି ଜାରି ରହିବ । ଦେଶର ଆର୍ଥିକ ସଙ୍କଟ ଉପରେ ଦେଇଥିବା ବୟାନକୁ ନେଇ ଟ୍ବିଟ କରି ଏଭରି ସଫେଇ ଦେଇଛନ୍ତି ନୀତି ଆୟୋଗ ଉପାଦକ୍ଷ ରାଜୀବ କୁମାର ।

ପୂର୍ବରୁ ରାଜୀବ କୁମାର କହିଥିଲେ କି, ଗତ 70 ବର୍ଷରେ ଏପରି ସଙ୍କଟ କେବେ ଦେଖିବାକୁ ମିଳିନଥିଲା । ଘରୋଇ କ୍ଷେତ୍ରରେ ନିବେଶ ନେଇ ଭରସା ତୁଟିଯାଇଛି । ଏପରିକି ଋଣ ଦେବାକୁ ମଧ୍ୟ କେହି କାହାକୁ ଭରସା କରୁନାହାନ୍ତି ।
ଏହାର କାରଣ ହେଉଛି 2009-14 ଭିତରେ ଅନ୍ୟାସରେ ଦିଆଯାଇଥିବା ଋଣ । ଯାହାର ପରିଣାମ ସ୍ବରୁପ ଅନାଦେୟ ଋଣ ଭାର ବୃଦ୍ଧି ପାଇବା ସହ ବ୍ୟାଙ୍କର ଋଣ ଦେବା କ୍ଷମତା ହ୍ରାସ ପାଇଛି । ତେବେ ଏହି ସବୁ ସମସ୍ୟାର ଆଉ ଏକ କାରଣ ହେଉଛି ବିମୁଦ୍ରିକରଣ ,ଜିଏସଟି ଓ ଦେବାଳିଆ ଆଇନ ଲାଗୁ । ଯାହା ଦ୍ବାରା ପୂରା ଆର୍ଥିକ ପ୍ରଣାଳୀର ନକ୍ସା ବିଗିଡିଯାଇଛି ବୋଲି ରାଜୀବ ମତ ଦେଇଛନ୍ତି । ଏ ନେଇ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅର୍ଥନୀତିକୁ ସୁଧାରିବାକୁ ଚେଷ୍ଟା କରିବା ଦରକାର ।