ଓଡିଶା

odisha

ETV Bharat / business

ମିନ୍ତ୍ରାର ରେକର୍ଡ, 5 ଦିନିଆ ସେଲରେ ବିକିଲା 1.1 କୋଟି ଆଇଟମ - ମିନ୍ତ୍ରାର ରେକର୍ଡ ବିକ୍ରି

5 ଦିନିଆ ‘ ଏଣ୍ଡ ଅଫ ରିଜନ ସେଲ’ରେ 32 ଲକ୍ଷରୁ ଅଧିକ ଗ୍ରାହକଙ୍କୁ 1.1 କୋଟିର ଆଇଟମ ବିକ୍ରି କରିଛି ଇ-କମର୍ସ ପ୍ଲାର୍ଟଫର୍ମ ମିନ୍ତ୍ରା । ଅଧିକ ପଢନ୍ତୁ...

ମିନ୍ତ୍ରାର ରେକର୍ଡ, 5 ଦିନିଆ ସେଲରେ ବିକିଲା 1.1 କୋଟି ଆଇଟମ
ମିନ୍ତ୍ରାର ରେକର୍ଡ, 5 ଦିନିଆ ସେଲରେ ବିକିଲା 1.1 କୋଟି ଆଇଟମ

By

Published : Dec 25, 2020, 8:17 PM IST

ବେଙ୍ଗାଲୁରୁ: ଫ୍ୟାସନ ଇ-କମର୍ସ ପ୍ଲାର୍ଟଫର୍ମ ମିନ୍ତ୍ରା ଏହାର 5 ଦିନିଆ ‘ ଏଣ୍ଡ ଅଫ ରିଜନ ସେଲ’ରେ 32 ଲକ୍ଷରୁ ଅଧିକ ଗ୍ରାହକଙ୍କୁ 1.1 କୋଟିର ଆଇଟମ ବିକ୍ରି କରିଛି । ଏହି ସେଲ ଡିସେମ୍ବର 24 ରେ ଶେଷ ହୋଇଛି । ଏନେଇ କମ୍ପାନୀ ଶୁକ୍ରବାର ସୂଚନା ଦେଇଛି ।

ଆପ 50 ଲକ୍ଷରୁ ଅଧିକ ଅର୍ଡରକୁ ପୂରା କରିଛି । ଏଥର ଫ୍ୟାସନ କାର୍ନିଭାଲରେ ଗତ ବର୍ଷ ଶୀତକାଳୀନ ଏଡିଶନ ତୁଳନାରେ ଟ୍ରାଫିକରେ 51 ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି । କମ୍ପାନୀ କହିଛି କି, ଏହା 19,000ରୁ ଅଧିକ ଆଇଟମର ପ୍ରକ୍ରିୟା ରେକର୍ଡ ବ୍ରେକିଂ ପ୍ରତି ମିନିଟ ସମୟରେ କରିଛି । ପ୍ରାୟ 4.3 କୋଟି ୟୁନିକ ୟୁଜର୍ସ ପ୍ଲାର୍ଟଫର୍ମର ବ୍ୟବହାର କରିଛନ୍ତି ଆଉ 54 ପ୍ରତିଶତ ନୂଆ ଗ୍ରାହକ ଟିୟର 2,3 ସହର ଓ ଏହା ଠାରୁ ଅଧିର ଆପରେ ଆସିଛନ୍ତି ।

ତେବେ ଉପଭୋକ୍ତାଙ୍କ ମଧ୍ୟରେ ଅଧିକ ପସନ୍ଦର ଡ୍ରେସ ମଧ୍ୟରେ ମହିଳାଙ୍କ ଶୀତ ବସ୍ତ୍ର ରହିଛି । ଯାହାକି 25 ଲକ୍ଷରୁ ଅଧିକ ବିକ୍ରି ହୋଇଛି । କମ୍ପାନୀର ସିଇଓ ଅମର ନାଗରାମ କହିଛନ୍ତି କି , ‘‘ ଏ ବର୍ଷର ଶେଷ କାର୍ଯ୍ୟକ୍ରମ ବ୍ରାଣ୍ଡ ସହ ଆମର ବୁଝାମଣାକୁ ମଧ୍ୟ ମଜବୁତ କରିଛି । କାରଣ ସେମାନେ ଆମ ଗ୍ରାହକଙ୍କୁ ସର୍ବକୃଷ୍ଠ ଅନୁଭବ ପ୍ରଦାନ ପାଇଁ ସମସ୍ତ ପ୍ରକାଶ ପ୍ରଚେଷ୍ଟାରେ ପଛଘୁଞ୍ଚା ଦେଇନାହାନ୍ତି ।

ମହିଳାଙ୍କ ୱେଷ୍ଟର୍ନ ୱେର ବ୍ୟତିତ ପୁରୁଷଙ୍କ ଜିନ୍ସ ଓ ଷ୍ଟ୍ରିଟ ୱେର , ମହିଳାଙ୍କ ଏଥନିକ, ପୁରୁଷଙ୍କ କାଜୁଆଲ ଓ ସ୍ପୋର୍ଟସ ଫୁଟୱେର ଆଦି ସବୁଠୁ ଲୋକପ୍ରିୟ ଶ୍ରେଣୀରେ ରହିଥିଲା ।

ABOUT THE AUTHOR

...view details