ଓଡିଶା

odisha

By

Published : Jan 21, 2022, 2:19 PM IST

ETV Bharat / business

Multibagger Stocks: ବର୍ଷକରେ ନିବେଶକଙ୍କୁ ମାଲାମାଲ୍ କରିଛି ଏହିସବୁ ଷ୍ଟକ

କୋରୋନା ସଙ୍କଟ ମଧ୍ୟରେ ବି ଗତବର୍ଷ ଘରୋଇ ପୁଞ୍ଜି ବଜାରରେ ଲାଗି ରହିଥିଲା ଉତ୍ସାହ । ଗତ ଏକ ବର୍ଷ ମଧ୍ୟରେ ଅନେକ ଛୋଟ ବଡ ଶେୟାର ନିବେଶକଙ୍କୁ କରିଥିଲା ମାଲାମାଲ୍ । ଏହି ଷ୍ଟକଗୁଡିକର ମୁନାଫା ଦେଖିଲେ ଆପଣ ମଧ୍ୟ ଏଥିରେ ନିବେଶ ନ କରିବା ନେଇ ପଶ୍ଚତାପ କରିବେ । ଜାଣନ୍ତୁ ସେହିଭଳି କିଛି ଷ୍ଟକଗୁଡିକ ସମ୍ପର୍କରେ

Multibagger stocks: ବର୍ଷକରେ ନିବେଶକଙ୍କୁ ମାଲାମାଲ୍ କରିଛି ଏହିସବୁ ଷ୍ଟକ
Multibagger stocks: ବର୍ଷକରେ ନିବେଶକଙ୍କୁ ମାଲାମାଲ୍ କରିଛି ଏହିସବୁ ଷ୍ଟକ

ହାଇଦ୍ରାବାଦ: କୋରୋନା ସଙ୍କଟ ମଧ୍ୟରେ ବିଗତ ବର୍ଷ ଘରୋଇ ପୁଞ୍ଜି ବଜାରରେ ବୃଦ୍ଧି ଲାଗି ରହିଥିଲା । ୨୦୨୧ ସେପ୍ଟେମ୍ବରରେ BSE ସେନସେକ୍ସ ୬୦,୦୦୦ ଛୁଇଁଥିବାବେଳେ ଏବେ ପ୍ରାୟ ୫୭,୦୦୦ରେ କାରବାର କରୁଛି । ଏପରିକି ମହାମାରୀ ସଙ୍କଟ ମଧ୍ୟରେ ବି ଘରୋଇ ଷ୍ଟକ୍ ମାର୍କେଟ ରେକର୍ଡ ସ୍ତରରେ ପହଞ୍ଚିଛି । ଯେଉଁ କାରଣରୁ ନିବେଶକମାନଙ୍କ ଭିତରେ ବଜାରକୁ ନେଇ ବେଶ୍ ଉତ୍ସାହ ଦେଖାଯାଇଛି । ବଜାରରେ ଆଇପିଓ(IPO)ର ସୁଅ ବଢିବା ସହ ବହୁସଂଖ୍ୟକ ଲୋକେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଗତବର୍ଷ ଜାନୁୟାରୀ ୨୧ରେ BSE ସୂଚକାଙ୍କ ପ୍ରଥମ କରି ୫୦,୦୦୦ ପଏଣ୍ଟରେ ପହଞ୍ଚିଥିଲା ଏବଂ ଏହାର ୮ ମାସ ପରେ ଅଧିକ ୧୦,୦୦୦ ପଏଣ୍ଟ ବୃଦ୍ଧି ସହ ୬୦,୦୦୦ ଛୁଇଁଥିଲା ।

vMultibagger stocks: ବର୍ଷକରେ ନିବେଶକଙ୍କୁ ମାଲାମାଲ୍ କରିଛି ଏହିସବୁ ଷ୍ଟକ

ଗତବର୍ଷ ଭାରତୀୟ ଶେୟାର ବଜାରରେ ଯେଉଁଭଳି ଭାବେ ବୃଦ୍ଧି ଆସିଛି, ଏହାଦ୍ବାରା କିଛି ଶେୟାର ବର୍ଷକ ମଧ୍ୟରେ ହିଁ ବହୁ ନିବେଶକଙ୍କୁ ମାଲାମାଲ୍ କରିଦେଇଛି । ଷ୍ଟକ ମାର୍କେଟରେ ଥିବା କିଛି ଛୋଟ ଓ ମଧ୍ୟମ ଶେୟାର(Penny stock) ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛି । ଆମେ ଆପଣଙ୍କୁ ସେଭଳି ମଲ୍ଟିବେଗର ଷ୍ଟକ (Multibaggers of 2021) ସମ୍ପର୍କରେ କହିବୁ ଯାହା ବର୍ଷକ ମଧ୍ୟରେ ହିଁ ନିବେଶକଙ୍କୁ କରିଛି ଲକ୍ଷପତି ।

ଫ୍ଲୋମିକ୍ ଗ୍ଲୋବାଲ ଲଜିଷ୍ଟିକ୍ସ(Flomic Global Logistics): ମାଲବାହୀ ସେବା କମ୍ପାନୀ(freight services company) Flomicବର୍ଷକ ମଧ୍ୟରେ ନିଜ ଷ୍ଟକଧାରକଙ୍କୁ ଖୁସି କରିଦେଇଛି । ଏହି ଶେୟାରରେ ଯଦି ଆପଣ ବର୍ଷକ ପୂର୍ବରୁ ନିବେଶ କରିଥାନ୍ତେ ତେବେ ଆଜି କୋଟିପତି ହୋଇଥାନ୍ତେ । ୨୦୨୦ ମସିହା ଡିସେମ୍ବର ୧୮ରେ କମ୍ପାନୀ ସେୟାର ମୂଲ୍ୟ ୧.୭୪ ଟଙ୍କା ଥିଲା, ହେଲେ ବର୍ଷେ ପରେ ଡିସେମ୍ବର ୨୦ରେ ଏହାର ସେୟାର ମୂଲ୍ୟ ୧୮୭ ଟଙ୍କା ପାର୍ କରିଛି । ଅର୍ଥାତ୍ ଗୋଟିଏ ବର୍ଷ ଭିତରେ ଶେୟାର ମୂଲ୍ୟ ୧୦,୦୦୦ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରିଛି ।

ସିମ୍ଲେକ୍ସ ପେପର(Simplex Papers): 2020 ଡିସେମ୍ବର ୨୧ରେ ସିମ୍ଲେକ୍ସ ପେପର ଶେୟାର ମୂଲ୍ୟ ମାତ୍ର ୮୪ ପଇସା ଥିଲା । ହେଲେ ବର୍ଷକ ମଧ୍ୟରେ ଏହି ଷ୍ଟକ ମୂଲ୍ୟ ପ୍ରାୟ ୧୦,୦୦୦ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଗତ ଡିସେମ୍ବର ୧୭ରେ ସିମ୍ଲେକ୍ସ ସେୟାର ମୂଲ୍ୟ ୮୪.୫୫ ଟଙ୍କା ହୋଇଛି । ବଡ କଥା ଏହା ଯେ, ଗତ ଅକ୍ଟୋବର ପହିଲାରେ ଶେୟାର ମୂଲ୍ୟ ୭.୪୩ ଟଙ୍କା ଥିଲା । ଯାହାର ଅର୍ଥ ୩ ମାସ ଭିତରେ ମୂଲ୍ୟ ୧୨ ଗୁଣା ବଢିଛି ।

ସୁରଜ ଇଣ୍ଡଷ୍ଟ୍ରୀ(Suraj Industries):ଗତବର୍ଷ ସୁରଜ ଇଣ୍ଡଷ୍ଟ୍ରୀ ଷ୍ଟକ ନିବେଶକଙ୍କୁ ୭ ହଜାର ପ୍ରତିଶତ ରିଟର୍ଣ୍ଣ ଦେଇଛି । ଗତ ଅଗଷ୍ଟରେ କମ୍ପାନୀ ବିଏସଇରେ ୧.୧୮ ଟଙ୍କାରେ ବନ୍ଦ ହୋଇଥିଲା । ଏହାର ତିନି ମାସ ପରେ, ଡିସେମ୍ବର ୩ରେ କମ୍ପାନୀ ଷ୍ଟକ ମୂଲ୍ୟ ଅପ୍ରତ୍ୟାଶିତ ଭାବେ ୭୮.୧୫ ଟଙ୍କାକୁ ବୃଦ୍ଧି ପାଇଥିଲା । ପୁନର୍ବାର ଡିସେମ୍ବର ୧୭ରେ ୧୨୭ ଟଙ୍କାରେ ପହଞ୍ଚିଥିଲା । ଯଦି ଗତ ୬ ମାସକୁ ବିଚାରକୁ ନେବା, ତେବେ ଜୁନ ଶେଷରେ ଶେୟାର ୨.୨୪ ଟଙ୍କା ଥିଲା । ନଭେମ୍ବର ୧ରେ ଏହା ୨୭ ଟଙ୍କା ଅତିକ୍ରମ କରିଥିଲା ଏବଂ ଡିସେମ୍ବର ୧୭ ଯାଏଁ ଆସୁ ଆସୁ କମ୍ପାନୀର ପ୍ରତିଟି ଶେୟାର ନିବେଶକଙ୍କୁ ୧୦୦ ଟଙ୍କା ଲାଭ ଦେଇଥିଲା ।

ଟାଟା ଟେଲିସର୍ଭିସ ଲିମିଟେଡ(Tata Teleservices (Maharashtra) Limited): ୨୦୨୧ ଜାନୁୟାରୀ ପହିଲାରେ ଏହାର ଶେୟାର ମୂଲ୍ୟ ୭.୮୫ ଟଙ୍କା ଥିଲା । ଯାହା ଗତ ଡିସେମ୍ବର ୧୭ରେ ୧୮୯ ଟଙ୍କା ପାର୍ କରିଛି । ସେହିପରି ନଭେମ୍ବର ୧ରେ ଟାଟା ଟେଲିସର୍ଭିସ ଲିମିଟେଡ ସେୟାର ମୂଲ୍ୟ ୫୫.୨୦ ଟଙ୍କା ଥିବାବେଳେ ଦେଢ ମାସ ମଧ୍ୟରେ ହିଁ ଏହା ୪ ଗୁଣା ବଢିଛି । ଅର୍ଥାତ୍ ଗୋଟିଏ ମାସରେ ହିଁ ଏହି କମ୍ପାନୀ ନିବେଶକଙ୍କୁ ୪ ଗୁଣା ଲାଭ ମିଳିଛି ।

ଆରିହାଣ୍ଟ ସୁପରଷ୍ଟ୍ରକଚର(Arihant Superstructures):ଏହି ଶେୟାରର ମୂଲ୍ୟ ୨୦୨୦ର ଅକ୍ଟୋବରରେ ୨୦ ଟଙ୍କା ଥିଲା । ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ପହଞ୍ଚିବା ବେଳକୁ ଏହା ୧୯୦ଟଙ୍କା ହୋଇଯାଇଥିଲା । ଯେଉଁ କାରଣରୁ ଆରିହାଣ୍ଟ ସୁପରଷ୍ଟ୍ରକଚର ଶେୟାର ନିବେଶକ ୮୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ପାଇଥିଲେ । ଅର୍ଥାତ୍ ଏକ ବର୍ଷ ପୂର୍ବରୁ ଆପଣ ଯଦି ଏହି ଶେୟାରରେ ଏକ ଲକ୍ଷ ଟଙ୍କା ଲଗାଇଥାନ୍ତେ ତେବେ ଆଜି ୨୦୨୧ ଶେଷ ସୁଦ୍ଧା ଆପଣଙ୍କ ନିବେଶ ରାଶି ୮ ଲକ୍ଷ ଟଙ୍କା ହୋଇଯାଇଥାନ୍ତା ।

କୋସ୍ମୋ ଫରଟିଜ୍(Cosmo Ferrites): ଗତ ୬ ମାସ ମଧ୍ୟରେ ଏହି ଶେୟାର ନିବେଶକଙ୍କୁ ଶେୟାର ପ୍ରତି ୨୨୦ ଟଙ୍କା ମୁନାଫା ଦେଇଛି । ବର୍ଷକ ପୂର୍ବରୁ, ୨୦୨୦ ଡିସେମ୍ବର ୧୮ରେ ଏହି ଶେୟାର ଦର ମାତ୍ର ୧୩ ଟଙ୍କା ଥିଲା ଏବଂ ନୂଆବର୍ଷ ଆରମ୍ଭରୁ ଏହା ୧୧ ଟଙ୍କାକୁ ହ୍ରାସ ପାଇଥିଲା । ହେଲେ ୨୦୨୧ ଡିସେମ୍ବର ୧୭ରେ Cosmo Ferrites ଷ୍ଟକ ମୂଲ୍ୟ ୨୪୭.୫୦ ଟଙ୍କାରେ ପହଞ୍ଚିଛି । ଯାହାର ଅର୍ଥ ନିବେଶକ ପ୍ରାୟ ୧୮୦୦ ପ୍ରତିଶତ ଲାଭ ପାଇଛନ୍ତି ।

ଜିନ୍ଦଲ ପୋଲି ଇନଭେଷ୍ଟମେଣ୍ଟ ଆଣ୍ଡ ଫାଇନାନ୍ସ(Jindal Poly Investment & Finance): ଏହି ଶେୟାର ମୂଲ୍ୟ ୨୦୨୧ରେ ପାଖାପାଖି ୧୫୦୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ ମସିହା ଡିସେମ୍ବର ୧୮ରେ ଏହାର ଶେୟାର ଦର ୧୮.୯୦ ଟଙ୍କା ଥିଲା ।

ଅଜନ୍ତା ସୋୟା ଲିମିଡେଟ(Ajanta Soya Ltd):୨୦୨୧ ଜାନୁୟାରୀ ୧ରେ ଅଜନ୍ତା ଶେୟାର ମୂଲ୍ୟ ୬୦.୨୫ ଟଙ୍କା ଥିଲା । ଯାହା ଗତ ଡିସେମ୍ବର ୧୭ରେ ୨୦୦ ମାର୍କ ଅତିକ୍ରମ କରିଛି । ଏହି ଲାଭ ନିବେଶକଙ୍କ ପାଇଁ କି ପାଇଁ କିଛି ଖରାପ ଡିଲ୍ ନୁହେଁ । ଏହିସବୁ କମ୍ପାନୀ ବ୍ୟତୀତ କିଛି ବଡ ଏବଂ ପ୍ରତିଷ୍ଠିତ ଷ୍ଟକ ମଧ୍ୟ ବର୍ଷକ ମଧ୍ୟରେ ନିବେଶକଙ୍କ ପକେଟ୍ ଗରମ କରିଛି ।

ଅଦାନୀ ଟୋଟଲ ଗ୍ୟାସ ଲିମିଟେଡ(Adani Total Gas Limited):୨୦୨୦ ବର୍ଷ Adani Total Gas Limited ଶେୟାର ୩୬୩ ଟଙ୍କା ଥିଲା । ହେଲେ ଆଜିକା ସମୟରେ ଏହା ୧୮୦୦ ଟଙ୍କା ପାର୍ କରିଛି । ଗୋଟିଏ ବର୍ଷ ମଧ୍ୟରେ ଅଦାନୀ ଟୋଟଲ ଗ୍ୟାସ ଲିମିଟେଡ ଶେୟାର ନିବେଶକଙ୍କୁ ୪୦୦ ପ୍ରତିଶତ ଫାଇଦା ଦେଇଛି । ଅର୍ଥାତ୍ ଯଦି ଆପଣ ୨୦୨୦ରେ ଏହି ଶେୟାରରେ ଏକ ଲକ୍ଷ ନିବେଶ କରିଥାନ୍ତେ ତେବେ ଆଜି ଆପଣଙ୍କ ଟଙ୍କା ଏହାର ଚାରିରୁ ପାଞ୍ଚ ଗୁଣା ହୋଇଥାନ୍ତା ।

ଅଦାନୀ ଟ୍ରିନ୍ସମିଶନ ଲିମିଟେଡ (Adani Transmission Ltd): ଏହି ଶେୟାର ୨୦୨୦ ବର୍ଷରେ ୪୨୫.୮୫ ଟଙ୍କା ଥିଲା । ହେଲେ ବର୍ଷେ ମଧ୍ୟରେ ଏହା ୩୦୦ ପ୍ରତିଶତରୁ ଅଧିକ ମୁନାଫା ଦେଇଛି । ବର୍ତ୍ତମାନ ସମୟରେ କମ୍ପାନୀ ଶେୟାର ମୂଲ୍ୟ ୧୭୭୫ ଟଙ୍କା ଉପରେ ରହିଛି । ଯାହାର ଅର୍ଥ ଗୋଟିଏ ବର୍ଷରେ ଏହି ଶେୟାର ନିବେଶକ ୪ ଗୁଣା ଅଧିକ ଲାଭ ପାଇଛନ୍ତି ।

ଟାଟା ମୋଟର୍ସ (Tata Motors): ୨୦୨୦ରେ ଟାଟା ମୋଟର୍ସ ଶେୟାର ୧୬୦ ପ୍ରତିଶତ ବୃଦ୍ଧି ପାଇଥିଲା । ୨୦୨୦ ଡିସେମ୍ବର ୧୮ରେ ଏହାର ଶେୟାର ୧୮୦.୫୫ ଟଙ୍କା ଥିଲା । ଯାହା ୨୦୨୧ ଡିସେମ୍ବରରେ ୪୭୦.୨୦ ଟଙ୍କା ହୋଇଯାଇଥିଲା ।

ଇକ୍ଲର୍କ୍ସ ସର୍ଭିସ (eClerx Services):ବର୍ଷକ ମଧ୍ୟରେ eClerx Servicesଶେୟାର ପାଖାପାଖି ୧୮୫ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ରେ ଏହି ଶେୟାର ୭୯୮.୪୦ ଟଙ୍କା ଥିଲା । ହେଲେ ୨୦୨୧ ଆରମ୍ଭରୁ ଶେୟାର ମୂଲ୍ୟ ୧୦୦ ଟଙ୍କା ବଢିଯାଇଥିଲା ଏବଂ ବର୍ଷ ଶେଷରେ ମୂଲ୍ୟ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇ ୨୨୭୫ ଟଙ୍କା ହୋଇଯାଇଥିଲା । ଏହାକୁ ବିଚାର କଲେ eClerx Services ଶେୟାରରେ ନିବେଶ କରିଥିବା ନିବେଶକଙ୍କ ଟଙ୍କା ୩ ଗୁଣା ହୋଇଯାଇଥିଲା ।

ABOUT THE AUTHOR

...view details