ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କ ପରିଚାଳନା ବାତାବରଣରେ କୌଣସି ପରିବର୍ତ୍ତନ ଆସିନାହିଁ । ଆର୍ଥିକ ଭାବରେ ଏବେ ବି ସ୍ଥିତି ସୁଧୁରିନି । ଏପରିକି ଆସନ୍ତା 12ରୁ 18 ମାସ ମଧ୍ୟରେ ଭାରତର ମୋଟ ଘରୋଇ ଉତ୍ପାଦ ହ୍ରାସ ପାଇବ। ଯାହାକି ସୃଦୃଢ ଅର୍ଥନୀତି ଗଠନରେ ଅଧିକ ଚ୍ୟାଲେଞ୍ଜିଂ ହେବ । ସୋମବାର ଏ ନେଇ ରେଟିଙ୍ଗ ଏଜେନ୍ସି ମୁଡିସ ଇନ୍ୱେଷ୍ଟର୍ସ ସର୍ବିସ ରିପୋର୍ଟରେ କୁହାଯାଇଛି ।
ମୁଡିସର ଚେତାବନୀ, ବ୍ୟାଙ୍କକୁ ଚ୍ୟାଲେଞ୍ଜ ଦେବ ଏନବିଏଫସି ସଙ୍କଟ - moody warn
ଦୁର୍ବଳ ଅର୍ଥନୀତି ଓ ଅଣ ବ୍ୟାଙ୍କିଂ ଆର୍ଥିକ ସଂସ୍ଥାର ସଂଙ୍କଟ ଯୋଗୁଁ ବ୍ୟାଙ୍କର ଅନାଦେୟ ଋଣ ଭାର ବଢିପାରେ । ଏପରିକି ଏହା ସୁଦୃଢ ଅର୍ଥବ୍ୟବସ୍ଥା ଗଠନରେ ମଧ୍ୟ ଚାଲେଞ୍ଜିଂ ରହିବ ବୋଲି ମୁଡିସ ଇନ୍ୱେଷ୍ଟର୍ସ ସର୍ବିସ ରିପୋର୍ଟରେ ସତର୍କ କରାଯାଇଛି ।

‘ଇଣ୍ଡିଆନ ବ୍ୟାଙ୍କିଙ୍ଗ ସିଷ୍ଟମ ଆଉଟଲୁକ’ ନାମକ ଏହି ରିପୋର୍ଟରେ କୁହାଯାଇଛି ଯେ, ଦେଶର ଆର୍ଥିକ ବିକାଶ ପୂର୍ବ ବର୍ଷ ତୁଳନାରେ ଦୁର୍ବଳ ରହିବ । ଯେତେବେଳେକି ଅନାଦେୟ ଋଣ(ଏନପିଏ) କ୍ଷେତ୍ରରେ ରିକୋଭରି କରୁଛି । ଏପଟେ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନବିଏଫସି) ଉପରେ ଅଧିକ ଚାପ ପଡୁଥିବାରୁ ଏହା ଆର୍ଥିକ ବିକାଶରେ ବାଧା ଉପୁଜାଉଛି ।
ତେବେ କର୍ପୋରେଟ କ୍ଷେତ୍ରର ଆର୍ଥିକ ସୁଧାର ଓ ଋଣ ସମସ୍ୟାରୁ ମୁକୁଳିବା ଦ୍ବାରା ଅଣ ଆର୍ଥିକ କର୍ପୋରେଟ କ୍ଷେତ୍ରରେ ଏନପିଏ ଭାର ହ୍ରାସ ପାଇବ । ଏଥିସହ ବାହ୍ୟକ୍ଷେତ୍ରରୁ ମିଳୁଥିବା ପୁଞ୍ଜି ଅଧିକରୁ ଅଧିକ ନିବେଶରେ ବ୍ୟାଙ୍କ ସ୍ଥିତି ସୁଧୁରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।