ଓଡିଶା

odisha

ETV Bharat / business

ସବୁଜ ସଙ୍କେତ ସହ ଖୋଲିଲା ବଜାର, ସେନସେକ୍ସ 540 ପଏଣ୍ଟ ବୃଦ୍ଧି - ସବୁଜ ସଙ୍କେତ ସହ ଖୋଲିଲା ବଜାର

ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସବୁଜ ସଙ୍କେତ ସହ କାରବାର ଆରମ୍ଭ କରିଛି । ସେନସେକ୍ସ 540 ପଏଣ୍ଟ ବୃଦ୍ଧି ପାଇଁ ସକାଳ 9.25 ସୁଦ୍ଧା 383.82 ପଏଣ୍ଟରେ ପହଞ୍ଚିଛି।

sensex
ସବୁଜ ସଙ୍କେତ ସହ ଖୋଲିଲା ବଜାର, ସେନସେକ୍ସ 540 ପଏଣ୍ଟ ବୃଦ୍ଧି

By

Published : May 5, 2020, 10:54 AM IST

ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରୁ ବିଶ୍ବର ଅନେକ ଦେଶର ଷ୍ଟକ୍ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ହେଲେ ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସବୁଜ ସଙ୍କେତ ସହ କାରବାର ଆରମ୍ଭ କରିଛି।

ସେନସେକ୍ସ 540 ପଏଣ୍ଟ ବୃଦ୍ଧି ପାଇଁ ସକାଳ 9.25 ସୁଦ୍ଧା 383.82 ପଏଣ୍ଟରେ ପହଞ୍ଚିଛି। ତେବେ ସେନସେକ୍ସ ବୃଦ୍ଧି ନିବେଶକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଛି। ଅନ୍ୟପଟେ ନିଫ୍ଟି 138.10 ପଏଣ୍ଟ ବୃଦ୍ଧି ହୋଇ 9,431.60 ରେ ପହଞ୍ଚିଛି।

ଆଜି ସକାଳେ ସେନସେକ୍ସ ବୃଦ୍ଧି ଯୋଗୁ ଆର୍ଥିକ ସେବା ପ୍ରଦାନ କରୁଥିବ ସଂସ୍ଥା ଗୁଡିକର ସେୟାର ବୃଦ୍ଧି ପାଇଛି ସେମାନେ ହେଲେ ଓଏମଜିସି, ଆକ୍ସିସ୍ ବ୍ୟାଙ୍କ, ଇଣ୍ତସ ଲ୍ୟାଣ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଏମ ଆଣ୍ଡ ଏମ, ଟିସିଏସ, କୋଟାକ୍ ବ୍ୟାଙ୍କ, ହଲ୍ ଏବଂ ଟେକ୍ ମହିନ୍ଦ୍ରାର 3.92 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ସୂଚନା ଅନୁସାରେ, କୋଭିଡ୍ 19 ମହାମାରୀ ପାଇଁ ଦେଶବ୍ୟାପି ତାଲାବନ୍ଦ ଘୋଷଣା କରାଯାଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବା ବେଳେ ଏହା ମେ 17 ପର୍ଯ୍ୟନ୍ତ ଜାରି ରହିବ।

ABOUT THE AUTHOR

...view details