ଓଡିଶା

odisha

ETV Bharat / business

ଅସ୍ଥିର କାରବାରରେ ବନ୍ଦ ବଜାର, ଚମିକିଲା ICICI ବ୍ୟାଙ୍କ

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 12.78 ପଏଣ୍ଟ ବଢି 51,544.30 ପଏଣ୍ଟରେ ବନ୍ଦ ହୋଇ ନୂଆ ରେକର୍ଡ ସୃଷ୍ଟି କରିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 10 ପଏଣ୍ଟ ହ୍ରାସ ହୋଇ 15,163.30 ପଏଣ୍ଟରେ ପହଞ୍ଚିଛି ।

ଅସ୍ଥିର କାରବାରରେ ବନ୍ଦ ବଜାର , ଚମିକିଲା ICICI ବ୍ୟାଙ୍କ
ଅସ୍ଥିର କାରବାରରେ ବନ୍ଦ ବଜାର , ଚମିକିଲା ICICI ବ୍ୟାଙ୍କ

By

Published : Feb 12, 2021, 9:13 PM IST

ମୁମ୍ବାଇ: ଶୁକ୍ରବାର ଅସ୍ଥିର କାରବାର ମଧ୍ୟରେ ହ୍ରାସରେ ବନ୍ଦ ହେଲା ଇକ୍ୟୁଟି ବେଣ୍ଟମାର୍କ ସେନସେକ୍ସ ଓ ନିଫ୍ଟି । ଗ୍ଲୋବାଲ ମାର୍କେଟରେ ଦୁର୍ବଳ ସଙ୍କେତ ମଧ୍ୟରେ ଘରୋଇ ବଜାରରେ କାରବାର ଅନିଶ୍ଚିତତା ମଧ୍ୟରେ ରହିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 12.78 ପଏଣ୍ଟ ବଢି 51,544.30 ପଏଣ୍ଟରେ ବନ୍ଦ ହୋଇ ନୂଆ ରେକର୍ଡ ସୃଷ୍ଟି କରିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 10 ପଏଣ୍ଟ ହ୍ରାସ ହୋଇ 15,163.30 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ ପ୍ୟାକ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ ଅଧିକ ପ୍ରଫିଟ କମାଇଥିବା ବେଳେ ଆକ୍ସିସ ବ୍ୟାଙ୍କ , ଇମ୍ଫୋସିସ, ଏଚଡିଏଫସି , ବଜାଜ ଫିନସର୍ଭ ଏବଂ ଏସବିଆଇ ଟପରେ ଅଛନ୍ତି । ଅନ୍ୟପଟେ ଆଇଟିସି, ଓଏନଜିସି, ସନ ଫାର୍ମା , ଭାରତୀ ଏୟାରଟେଲ, ଟାଇଟନ ସେୟାର ତଳମୁହାଁ ଅଛି ।

ସେପଟେ ଡଲାର ତୁଳନାରେ ଟଙ୍କା ମଜବୁତ ହୋଇଥିବା ବେଳେ ଅଶୋଧିତ ତୈଳ ଦାମ ସାମାନ୍ୟ ହ୍ରାସ ହୋଇଛି ।

ABOUT THE AUTHOR

...view details