ଓଡିଶା

odisha

ETV Bharat / business

ବଜାରରେ ଅଭିବୃଦ୍ଧି ଜାରି, ରେକର୍ଡ ଭାଙ୍ଗୁଛି ସେନସେକ୍ସ - ବନ୍ଦ ବଜାର

ବଜେଟ ପରେ ସର୍ବୋଚ୍ଚ ସ୍ତରରେ ସେୟାର ସୂଚକାଙ୍କ । କାରବାର ସ୍ତର ରେକର୍ଡ ପରେ ରେକର୍ଡ ସୃଷ୍ଟି କରୁଛି । ଲଗାତାର 4 ଦିନ ଧରି ଅଭିବୃଦ୍ଧିରେ ବନ୍ଦ ହୋଇଛି ମାର୍କେଟ । ଏଥିସହ ବଢି ଚାଲିଛି ନିବେଶକଙ୍କ ସମ୍ପତ୍ତି । ଅଧିକ ପଢନ୍ତୁ..

ବଜାରରେ ଅଭିବୃଦ୍ଧି ଜାରି, ରେକର୍ଡ ଭାଙ୍ଗୁଛି ସେନସେକ୍ସ
ବଜାରରେ ଅଭିବୃଦ୍ଧି ଜାରି, ରେକର୍ଡ ଭାଙ୍ଗୁଛି ସେନସେକ୍ସ

By

Published : Feb 4, 2021, 4:47 PM IST

ମୁମ୍ବାଇ: ଲଗାତାର ଚତୁର୍ଥ ଦିନ ଧରି ଜାରି ରହିଛି ବଜାରର ଅଭିବୃଦ୍ଧି । ଗୁରୁବାର ସେନସେକ୍ସ 359 ପଏଣ୍ଟ ବୃଦ୍ଧି ହୋଇ ଏହାର ସର୍ବକାଳୀନ ଉଚ୍ଚତମ ସ୍ତରରେ ପହଞ୍ଚିଛି । ଆଇଟିସି, ଏସବିଆଇ ଓ କୋଟାକ ବ୍ୟାଙ୍କ ସେୟାରରେ ବୃଦ୍ଧି ଯୋଗୁଁ ବଜାରର ଧାରଣା ମଜବୁତ ହୋଇଛି ।

ଆଜି କାରବାର ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 50,687.51 ପଏଣ୍ଟ ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ପରେ ସେନସେକ୍ସ 358.54 ପଏଣ୍ଟ ବଢି 50,614.29 ପଏଣ୍ଟ ସହ ନୂଆ ରେକର୍ଡରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 105.71 ପଏଣ୍ଟ ଉଛୁଳି 14,895.65 ପଏଣ୍ଟରେ କାରବାର ବନ୍ଦ କରିଛି । ଏହା ପୂର୍ବରୁ କାରବାର ସମୟରେ ନିଫ୍ଟି 14,913.70 ପଏଣ୍ଟ ସହ ସର୍ବୋଚ୍ଚ ସ୍ତରକୁ ଛୁଇଁଥିଲା ।

ସେନସେକ୍ସର କମ୍ପାନୀ ମଧ୍ୟରେ ଆଇଟିସିର ସେୟାର ସବୁଠୁ ଅଧିକ ପ୍ରାୟ 6 ପ୍ରତିଶତ ଚଢିଛି । ଏସବିଆଇ , ବଜାଜ ଫାଇନାନ୍ସ , ଓଏନଜିସି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, କୋଟାକ ବ୍ୟାଙ୍କ, ଅଲ୍ଟ୍ରାଟେକ ସିମେଣ୍ଟ, ଏଣ୍ଟିପିସି ତଥା ବଜାଜ ଫିନସର୍ଭର ସେୟାର ମଧ୍ୟ ଲାଭରେ ରହିଛି । ସେପଟେ ଏସିଆନ ପେଣ୍ଚସ , ଇଣ୍ଡସଇଣ୍ଡ ବ୍ୟାଙ୍କ, ଭାରତୀ ଏୟାରଟେଲ , ଟେକ ମହିନ୍ଦ୍ରା ଓ ଟାଇଟନ ସେୟାରରେ ହ୍ରାସ ଦେଖାଦେଇଛି । ରିଲାଏନ୍ସ ସିକ୍ୟୁରିଟିଜର ପ୍ରମୁଖ ରଣନୀତିଜ୍ଞ ବିନୋଦ ମୋଦି କହିଛନ୍ତି କି, ‘‘ ଘରୋଇ ସେୟାର ବଜାର ଏସିଆ ବଜାରରେ ଦୁର୍ବଳ ସଙ୍କେତ ପରେ ବି ବୃଦ୍ଧିରେ ବନ୍ଦ ହୋଇଛି । ଐତିହାସିକ ବଜେଟ ପରେ ଅର୍ଥବ୍ୟବସ୍ଥାକୁ ନେଇ ଆଶା ବଢିଛି । ଅର୍ଥବ୍ୟବସ୍ଥା ପ୍ରତି ବିଦେଶୀ ନିବେଶକଙ୍କ ବିଶ୍ବାସ ବଜାୟ ରହିଛି ।

ଆଜିର କାରବାର ମଧ୍ୟରେ ଘରୋଇ ସେୟାର ବଜାରର ବଜାର ପୁଞ୍ଜିକରଣ 20,000 ଅରବ ଟଙ୍କା ସ୍ତର ପାର କରିଛି । ଯେତେବେଳେ କି ଅନ୍ୟ ଏସିଆ ବଜାରରେ ହ୍ରାସ ଦେଖାଦେଇଛି ।

ABOUT THE AUTHOR

...view details