ଓଡିଶା

odisha

By

Published : Dec 26, 2019, 7:59 PM IST

ETV Bharat / business

ନୂଆ ବର୍ଷ ଆଗରୁ କ୍ଷତି, ସେନସେକ୍ସ 297 ପଏଣ୍ଟ ଖସିଲା

ଗୁରୁବାର ସେନସେକ୍ସ 297.50 ପଏଣ୍ଟ କ୍ଷତି ସହ 41,163.76ରେ ବନ୍ଦ ହୋଇଛି । ସେହିଭଳି ନିଫ୍ଟି 88 ପଏଣ୍ଟ କମି 12,126.55ରେ କାରବାର ବନ୍ଦ ହୋଇଛି ।

Market Update: Sensex lost 297 points
ନୂଆ ବର୍ଷ ଆଗରୁ କ୍ଷତି, ସେନସେକ୍ସ 297 ପଏଣ୍ଟ ଖସିଲା

ନୂଆଦିଲ୍ଲୀ: ଗୋଟିଏ ଦିନ ବନ୍ଦ ପରେ ଗୁରୁବାର ସେନସେକ୍ସ 297 ପଏଣ୍ଟ ଖସିଛି । ସେହିଭଳି ନିଫ୍ଟି ମଧ୍ୟ ଖସିଛି । ବଡ ବଡ କମ୍ପାନୀର ସେୟାର ହ୍ରାସ ପାଇଛି ।

ଡିସେମ୍ବରର ଡେରିଭେଟି ଅନୁବନ୍ଧ ଏକ୍ସପାଏର ଦିନ ବିଏସଇର ବଡ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଚଡିଏଫସି ବ୍ୟାଙ୍କର ସେୟାର ହ୍ରାସ ଯୋଗୁଁ ବଜାର ତଳକୁ ଖସିଛି ।


ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ ଗୋଟିଏ ସମୟରେ 328.37 ପଏଣ୍ଟ ଖସିଆସିଥିଲା । ଶେଷରେ ଏହା 297.50 ପଏଣ୍ଟ କ୍ଷତି ସହ 41,163.76ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 88 ପଏଣ୍ଟ କମି 12,126.55ରେ କାରବାର ବନ୍ଦ ହୋଇଛି ।

ABOUT THE AUTHOR

...view details