ମୁମ୍ବାଇ: ଆରବିଆଇର ଦ୍ବିମାସିକ ମୁଦ୍ରାନୀତି ବୈଠକ ନିଷ୍ପତ୍ତି ଘୋଷଣା ଘରୋଇ ବଜାର ଲାଲେଲାଲ । ନିବେଶକ ମାଲାମାଲ । କାରବାର ସପ୍ତାହର ଶେଷ ଦିନରେ ସେୟାର ସୂଚକାଙ୍କ ସର୍ବୋଚ୍ଚ ସ୍ତରରେ । ସେନସେକ୍ସ ପ୍ରଥମ ଥର ପାଇଁ 45 ହଜାର ରେକର୍ଡ ପାର କରିଛି । ନିଫ୍ଟି ବି 13,250 ପଏଣ୍ଟ ପାର କରିଛି ।
ବଜାରରେ ରେକର୍ଡ: ପ୍ରଥମ ଥର 45 ହଜାର ମାର୍କ ଡେଇଁଲା ସେନସେକ୍ସ - market news
ବଜାରରେ ରେକର୍ଡ । ସର୍ବୋଚ୍ଚ ସ୍ତରରେ ସେନସେକ୍ସ ଓ ନିଫ୍ଟି । ପ୍ରଥମ ଥର ସେନସେକ୍ସ 45 ହଜାର ମାର୍କ ଟପିଥିଲା ବେଳେ ନିଫ୍ଟି 13,280.05 ପଏଣ୍ଟରେ ବନ୍ଦ । ଅଧିକ ପଢନ୍ତୁ..
![ବଜାରରେ ରେକର୍ଡ: ପ୍ରଥମ ଥର 45 ହଜାର ମାର୍କ ଡେଇଁଲା ସେନସେକ୍ସ ବଜାରରେ ରେକର୍ଡ : ପ୍ରଥମ ଥର 45 ହଜାର ମାର୍କ ଡେଇଁଲା ସେନସେକ୍ସ](https://etvbharatimages.akamaized.net/etvbharat/prod-images/768-512-9763461-thumbnail-3x2-sensex.jpg)
ବଜାରରେ ରେକର୍ଡ : ପ୍ରଥମ ଥର 45 ହଜାର ମାର୍କ ଡେଇଁଲା ସେନସେକ୍ସ
ବଜାରରେ ରେକର୍ଡ : ପ୍ରଥମ ଥର 45 ହଜାର ମାର୍କ ଡେଇଁଲା ସେନସେକ୍ସ
ମୁଦ୍ରାସ୍ପୀତି ବୃଦ୍ଧି ଜାରି ରହିବା ମଧ୍ୟରେ ଆରବିଆଇ ଲଗାତାର ତୃତୀୟଥର ରେପୋରେଟ ଦର ଅପରିବର୍ତ୍ତିତ ରଖିଛି । ଯଦିଓ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ଅର୍ଥବ୍ୟବସ୍ଥା ମହାମାରୀ ପରେ ଦ୍ରୁତ ଗତିରେ ସୁଧାର ରାସ୍ତାରେ ରହିଛି । ଆଉ ଚଳିତ ତ୍ରୟମାସରେ ବୃଦ୍ଧି ଦେଖାଦେଇଛି ।
ଏଥିମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେନସେକ୍ସ 45,148.28 ପଏଣ୍ଟ ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ପରେ କାରବାର ଶେଷ ସୁଦ୍ଧା 446.90 ପଏଣ୍ଟ ବଢି 45,079.55ରେ ବନ୍ଦ ହୋଇଛି ।