ETV Bharat Odisha

ଓଡିଶା

odisha

ETV Bharat / business

ମାର୍କେଟ ଅପଡେଟ: ସେନସେକ୍ସ ଓ ନିଫ୍ଟି ମଜବୁତ, ବଢିଲା ପେଟ୍ରୋଲ ଦାମ - ବଜାର ହାଲଚାଲ

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 173 ପଏଣ୍ଟରୁ ଅଧିକ ବୃଦ୍ଧି ସହ 38,050.78 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 81 ପଏଣ୍ଟ ବଢି 11,259.40 ପଏଣ୍ଟରେ ପହଞ୍ଚିଛି ।

ମାର୍କେଟ ଅପଡେଟ : ସେନସେକ୍ସ ଓ ନିଫ୍ଟି ମଜବୁତ, ବଢିଲା ପେଟ୍ରୋଲ ଦାମ
ମାର୍କେଟ ଅପଡେଟ : ସେନସେକ୍ସ ଓ ନିଫ୍ଟି ମଜବୁତ, ବଢିଲା ପେଟ୍ରୋଲ ଦାମ
author img

By

Published : Aug 17, 2020, 8:00 PM IST

ମୁମ୍ବାଇ: ସେୟାର ବଜାରରେ ଗତ 3 କାରବାର ଦିନରେ ଭାରୀ ହ୍ରାସ ପରେ ସୋମବାର ଏଥିରେ ବ୍ରେକ ଲାଗିଛି । ସବୁଜ ସହ ବନ୍ଦ ହୋଇଛି ସୋମବାର କାରବାର ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 173 ପଏଣ୍ଟରୁ ଅଧିକ ବୃଦ୍ଧି ସହ 38,050.78 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 81 ପଏଣ୍ଟ ବଢି 11,259.40 ପଏଣ୍ଟରେ ପହଞ୍ଚିଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ଯୋଗୁଁ ପେଟ୍ରୋଲ ଦାମ ବଢିଚାଲିଛି । ଆଜିକୁ 2 ଦିନ ଧରି ତେଲ ବିତରଣ କମ୍ପାନୀ ପେଟ୍ରୋଲ ଦାମ ବୃଦ୍ଧି କରିଛି ।

ସୋମବାର ଦେଶର ରାଜଧାନୀ ଦିଲ୍ଲୀରେ 2 ଦିନରେ ପେଟ୍ରୋଲ ଦାମ ଲିଟର ପ୍ରତି 30 ପଇସା ମହଙ୍ଗା ହୋଇଛି । ହେଲେ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଆଜି ପେଟ୍ରୋଲ ଦାମ ଲିଟର ପିଛା ଦିଲ୍ଲୀରେ 16 ପଇସା , କୋଲକତା 13 ପଇସା , ମୁମ୍ବାଇ 14 ପଇସା ଓ ଚେନ୍ନାଇରେ 12 ପଇସା ବଢିଛି ।

ABOUT THE AUTHOR

author-img

...view details