ଓଡିଶା

odisha

By

Published : May 29, 2020, 7:45 PM IST

ETV Bharat / business

ଲଗାତାର 3 ଦିନ ଧରି ବଜାରରେ ଅଭିବୃଦ୍ଧି, 9500 ଟପିଲା ନିଫ୍ଟି

ଶୁକ୍ରବାର ସେନସେକ୍ସ 223.51 ପଏଣ୍ଟ ବୃଦ୍ଧି ପାଇ 32,424.10 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫ୍ଟି 9,580.30 ପଏଣ୍ଟରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ...

Market rises
ଲଗାତାର 3ଦିନ ଧରି ବଜାରରେ ଅଭିବୃଦ୍ଧି

ମୁମ୍ବାଇ: ସପ୍ତାହର ଶେଷ କାରବାର ଦିନରେ ସବୁଜରେ ବନ୍ଦ ବଜାର । ଆଜିକୁ ମିଶାଇ ଲଗାତାର 3 ଦିନ ଧରି ଅଭିବୃ୍ଦ୍ଧି ପରିଲିଖିତ ହୋଇଛି । କୋଭିଡ-19 ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଓ ବିଶ୍ବ ବଜାରରେ ଦୁର୍ବଳ ସଙ୍କେତ ପରେ ବି ଏଫଏମସିଜି, ଆର୍ଥିକ ଓ ବ୍ୟାଙ୍କିଂ କମ୍ପାନୀର ସେୟାର ଉପରମୁହାଁ ରହିଛି ।

ଆସନ୍ତା ସପ୍ତାହରୁ ଲକଡାଉନ ନିୟମ କୋହଳ ହେବ ବୋଲି ନିବେଶକଙ୍କ ଆଶା ରହିଛି । ତେବେ ଜିଡିପି ରିପୋର୍ଟ ପ୍ରକାଶ ପୂର୍ବରୁ ବଜାର ବନ୍ଦ ହୋଇଥିଲା । ଏଣୁ ଏହାର ପ୍ରଭାବ ବଜାରରେ ଦେଖିବାକୁ ମିଳିନି ।

ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 223.51 ପଏଣ୍ଟ ବୃଦ୍ଧି ପାଇ 32,424.10 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଚି 90.20 ପଏଣ୍ଟ ବଢି 9,580.30 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସର କମ୍ପାନୀ ଗୁଡିକ ମଧ୍ୟରେ ଓଏନଜିସି ସବୁଠୁ ଅଧିକ 5.2 ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ବଜାଜ ଅଟୋ, ଆଇଟିସି, ସନଫାର୍ମା, ନେସଲେ ଇଣ୍ଡିଆ, ଏଲଏଣ୍ଡଟି ଓ ହିରୋ ମୋଟୋକପ ସେୟାର ଲାଭରେ ରହିଛି । ଅନ୍ୟପଟେ ଇମ୍ଫୋସିସ , ଆକ୍ସିସ ବ୍ୟାଙ୍କ, ଭାରତୀ ଏୟାରଟେଲ , ଟିସିଏସ ଓ ଟାଇଟନ ସେୟାର 2.25 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ।

ବିଶେଷଜ୍ଞ କହିଛନ୍ତି ଯେ, କିଛି ସେୟାର ଗତିବିଧି ବ୍ୟତିତ ବିଦେଶୀ କୋଷ ପ୍ରବାହ ଦ୍ବାରା ମଧ୍ୟ ଘରୋଇ ନିବେଶକଙ୍କ ଭରସା ବଢିଛି ।

ABOUT THE AUTHOR

...view details