ଓଡିଶା

odisha

ETV Bharat / business

ଲକଡାଉନ: ଜରୁରୀ ସାମଗ୍ରୀ ଯୋଗାଣରେ ନଜର ରଖିବ କଣ୍ଟ୍ରୋଲ ରୁମ - india lockdown

ସମଗ୍ର ଦେଶରେ ତାଲା ବନ୍ଦ । ଏଥିଯୋଗୁଁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ବଣ୍ଟନରେ ଯେପରି ସମସ୍ୟା ନ ହେବ ସେଥିପାଇଁ ସରକାର ଖୋଲିଲେ କଣ୍ଟ୍ରୋଲର ରୁମ ।

Major Step: Govt opens control room to monitor essential commodities flow
ଲକଡାଉନ: ଜରୁରୀ ସାମଗ୍ରୀ ଯୋଗାଣରେ ନଜର ରଖିବ କଣ୍ଟ୍ରୋଲର ରୁମ

By

Published : Mar 26, 2020, 5:05 PM IST

ନୂଆଦିଲ୍ଲୀ. କୋରୋନା ଭାଇରସର ମୁକାବିଲା ପାଇଁ ଦେଶ 21 ଦିନର ଲକଡାଉନ । ଟ୍ରେନ-ବିମାନ, ବସ-ଅଟୋ ସବୁ ବନ୍ଦ । ସପିଂ ମଲ , ବଡ ବଡ ସୋ ରୁମ ସବୁଠି ତାଲା । ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ନିର୍ଦ୍ଦିଷ୍ଟ ସମୟ ଧରି ଖୋଲା ରହିଛି । କିନ୍ତୁ ଚାହିଦା ଅନୁଯାୟୀ ଏହାର ପର୍ଯ୍ୟାପ୍ତ ଯୋଗାଣ ହେଉନାହିଁ । ଏଭଳି ସ୍ଥିତିରେ ସରକାର ଉଠାଇଛନ୍ତି ଏକ ବଡ ପଦକ୍ଷେପ ।

ନିର୍ଦ୍ଦିଷ୍ଟ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ପରିବହନ ଏବଂ ବିତରଣର ମନିଟରିଂ ପାଇଁ ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପରିଚାଳନା ବିଭାଗ(ଡିପିଆଇଆଇଟି) ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଛି | ଏହା ଏପ୍ରିଲ 14 ପର୍ଯ୍ୟନ୍ତ ଅର୍ଥାତ ଲକଡାଉନ ମଧ୍ୟରେ ଉପଭୋକ୍ତାଙ୍କୁ ସାମ୍ନା କରିବାକୁ ପଡୁଥିବା ସବୁ ସମସ୍ୟାର ସମାଧାନ କରିବ ।

ଡିପିଆଇଆଇଟି କହିଛି ଯେ, ‘କୌଣସି ମଧ୍ୟ ନିର୍ମାଣ, ଟ୍ରାନ୍ସଫୋର୍ଟର, ବିତରଣ, ହୋଲସେଲ ବେପାରୀ କିମ୍ବା ଇ-କମର୍ସ କମ୍ପାନୀ ଗୁଡିକ ମାଲ ପରିବହନ, ବଣ୍ଟନ କିମ୍ବା ସମ୍ବଳ ସଂଗ୍ରହରେ ଅସୁବିଧା ସମ୍ମୁଖୀନ ହୁଅନ୍ତି ତେବେ ଏହି ବିଭାଗକୁ ସୂଚନା ଦିଆୟାଇପାରେ । ’

ଅଭିଯୋଗଗୁଡିକୁ "controlroom-dpiit@gov.in" କୁ ଇମେଲ କରାଯାଇପାରିବ କିମ୍ବା ଟେଲିଫୋନ୍ (011-23062487) ମାଧ୍ୟମରେ ସୂଚନା ଦିଆଯାଇପାରିବ | ଏହି ନମ୍ବର ସକାଳ 8 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ |

ଏହି କଣ୍ଟ୍ରୋଲର ରୁମ ମାଧ୍ୟରେ ବିଭିନ୍ନ ହିତାଧାରୀଙ୍କ ଦ୍ବାରା କରାଯାଇଥିବା ରିପୋର୍ଟକୁ ସଂପୃକ୍ତ ରାଜ୍ୟ ସରକାର, ଜିଲ୍ଲା, ପୋଲିସ ଅଧିକାରୀ ଓ ଅନ୍ୟ ଏଜେନ୍ସିଙ୍କ ସହ ନିଆଯିବ ।

(ପିଟିଆଇ )

ABOUT THE AUTHOR

...view details