ଓଡିଶା

odisha

By

Published : Jun 25, 2020, 7:57 PM IST

ETV Bharat / business

କାହିଁକି ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ, ଜାଣନ୍ତୁ ...

ତେଲ ବୃଦ୍ଧିର କାରଣ କଣ ? କାହିଁକି ଲଗାତାର 19 ଦିନ ଧରି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ ? ଜାଣନ୍ତୁ ..

କାହିଁକି ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ, ଜାଣନ୍ତୁ ...
କାହିଁକି ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ, ଜାଣନ୍ତୁ ...

ହାଇଦ୍ରବାଦ: ଥମୁନି ତେଲ ତାତି । ଜୁନ 7ରୁ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି । ଲଗାତାର 19 ଦିନ ଧରି ଡିଜେଲ ଦାମ ବୃଦ୍ଧି ପାଇଥିଲା ବେଳେ ପେଟ୍ରୋଲ ଦାମ ଗୋଟିଏ ଦିନର ବ୍ରେକ ପରେ ପୁଣି ଗୁରୁବାର ଉପରମୁହାଁ ରହିଛି । ଏହି 19 ଦିନରେ ପେଟ୍ରୋଲ ଦାମ ଲିଟର ପିଛା 8. 66 ଟଙ୍କା ଓ ଡିଜେଲ 10.63 ଟଙ୍କା ମହଙ୍ଗାଲ ହୋଇଛି । ତେବେ ଏହି ତେଲ ବୃଦ୍ଧିର କାରଣ କଣ ?

ଆଜିର ପେଟ୍ରୋଲ ଓ ଡିଜେଲ ଦାମ

ଇତିହାସରେ ପ୍ରଥମ ଥର ପାଇଁ ଡିଜେଲ ଦାମ ପେଟ୍ରୋଲ ଠାରୁ ମହଙ୍ଗା ହୋଇଛି । ଜାଣି ଆଶ୍ଚର୍ଯ୍ୟ ହେବେ କି ଲିଟର ପିଛା ଡିଜେଲ 80 ଟଙ୍କା ପାର କରିଲାଣି । ତେବେ କେବଳ ଜାତୀୟ ରାଜଧାନୀରେ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା ହୋଇଛି । ଯେଉଁଠାରେ ଗତ ମାସରେ ରାଜ୍ୟ ସରକାର ଇନ୍ଧନ ଉପରେ ସ୍ଥାନୀୟ ବିକ୍ରୟ କର ଏବଂ ଭାଟ ବୃଦ୍ଧି କରିଥିଲେ।

19 ଦିନରେ ଇନ୍ଧନ ଦାମ ବୃଦ୍ଧି

ତେବେ ଚାଲନ୍ତୁ ଜାଣିବା କାହିଁକି ଇନ୍ଧନ ଦାମ ବଢି ଚାଲିଛି :

ଅଶୋଧିତ ତୈଳ ଦାମ: ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି ଅଶୋଧିତ ତୈଳ ଦାମ ବଢିବା । ଯଦିଓ ଲକଡାଉନ ସମୟରେ ଚାହିଦା ହ୍ରାସ ଯୋଗୁଁ ଅଶୋଧିତ ତୈଳ ଦାମ ଖସିଥିଲା । ହେଲେ ଏବେ ପୁଣି ଏହାର ଦାମ ମହଙ୍ଗା ଯୋଗୁଁ ଘରୋଇ ବଜାର ପ୍ରଭାବିତ ହେଉଛି । ଭାରତ ତେଲ ଚାହିଦାର ପ୍ରାୟ 80 ପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ । ଏଣୁ ଏହାର ଦାମ ବଢିଲେ ପେଟ୍ରୋଲ ଓ ଡିଜେଲ ଦାମ ମଧ୍ୟ ବଢୁଛି ।

ଟିକସ ବୃଦ୍ଧି: ଗତ ଦୁଇ ମାସ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଆଦାୟ ହେଉଥିବା ଟିକସ ବୃଦ୍ଧି କରିଛନ୍ତି । ମାର୍ଚ୍ଚ 14 ରେ ସରକାର ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କ 3 ଟଙ୍କା ବୃଦ୍ଧି କରିଥିଲେ । ପରେ ପୁଣି ମେ 5 ରେ ପେଟ୍ରୋଲ ଉପରେ ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି ।

ଏଥିସହ ରାଜ୍ୟ ସରକାରଙ୍କ ଦ୍ବାରା ଭାଟ ବୃଦ୍ଧି ଯୋଗୁଁ ଇନ୍ଧନର ଖୁଚୁରା ଦାମ ବଢୁଛି । ଉଦାହରଣ ସ୍ବରୂପ ଦିଲ୍ଲୀ ସରକାର ପେଟ୍ରୋଲ ଉପରେ ଭାଟ 27ରୁ 30 ପ୍ରତିଶତ ବୃଦ୍ଧି କରିଥିବା ବେଳେ ଡିଡେଲ ପାଇଁ ଭାଟ 16.75 ପ୍ରତିଶତରୁ 30 ପ୍ରତିଶତକୁ ବଢାଇଛନ୍ତି ।

ତେଲ ମାର୍କେଟିଂ କମ୍ପାନୀ ଗ୍ରାହକଙ୍କ ଉପରେ ଲଦୁଛନ୍ତି ବୋଝ: ମାର୍ଚ୍ଚରେ ଏକ୍ସସାଇଜ ଡ୍ୟୁଟି ବୃଦ୍ଧି ପରେ ତେଲ ମାର୍କେଟିଂ କମ୍ପାନୀଗୁଡିକ (OMCs) ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପକାଇନଥିଲେ । ହେଲେ ଦ୍ବିତୀୟ ଥର ପାଇଁ ମେ ମାସରେ ଏକ୍ସସାଇଜ ଡ୍ୟୁଟି ବଢିବା ପରେ ସେମାନେ ନିଜର କ୍ଷତିର ଭରଣ ପାଇଁ ଜୁନ ଆରମ୍ଭରୁ ଦାମ ବୃଦ୍ଧି କରିଚାଲିଛନ୍ତି ।

ABOUT THE AUTHOR

...view details