ଓଡିଶା

odisha

ETV Bharat / business

ବଜାରରେ IRCTC ବମ୍ପର ଲିଷ୍ଟିଙ୍ଗ, ପ୍ରଥମ ଦିନରେ ଡବଲ ପ୍ରଫିଟ - ସେୟାରବଜାରରେ RCTCର ଧମାଲ

ଆଇଆରସିଟିସିର ଆଇପିଓରେ ନିବେଶ କରିଥିବା ନିବେଶକଙ୍କ ଟଙ୍କା ପ୍ରଥମ ଦିନରେ ହିଁ ଡବଲ ହୋଇଛି । ସୋମବାର ବଜାର ବନ୍ଦ ସୁଦ୍ଧା ଆଇଆରସିଟିସି ସେୟାର 733ରେ ପହଞ୍ଚିଯାଇଥିଲା । ସେହିପରି ଏହାର ମାର୍କେଟ କ୍ୟାପ 10,736 କୋଟି ଛୁଇଁଛି।

ଫଟୋ ସୌଜନ୍ୟ-ଟ୍ବିଟର@@IRCTCofficial

By

Published : Oct 15, 2019, 3:57 PM IST

ନୂଆଦିଲ୍ଲୀ: ସେୟାର ବଜାରରେ ଧମାଲ କରୁଛି ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ସେୟାର । 320 ଟଙ୍କାର ଇସ୍ୟୁ ପ୍ରାଇସର ସେୟାର 101.25 ପ୍ରତିଶତ ପ୍ରିମିୟମ ସହ 644ରେ ସୂଚୀବଦ୍ଧ ହୋଇଛି । ଷ୍ଟକ ମାର୍କେଟ ଇତିହାସରେ ଏହା ପ୍ରଥମ , ଯେଉଁଠି ଏକ ସରକାରୀ କମ୍ପାନୀ ପ୍ରଥମ ଦିନରୁ ଏତେ ପ୍ରଫିଟ କମାଇଛି ।


ଆଇଆରସିଟିସିର ଆଇପିଓରେ ନିବେଶ କରିଥିବା ନିବେଶକଙ୍କ ଟଙ୍କା ପ୍ରଥମ ଦିନରେ ହିଁ ଡବଲ ହୋଇଛି। ସୋମବାର ବଜାର ବନ୍ଦ ସୁଦ୍ଧା ଆଇଆରସିଟିସି ସେୟାର 733ରେ ପହଞ୍ଚିଯାଇଥିଲା । ସେହିପରି ଏହାର ମାର୍କେଟ କ୍ୟାପ 10,736 କୋଟି ଛୁଇଁଥିଲା । ଗତ 2 ବର୍ଷରେ ସେୟାର ବଜାରରେ ଏହା ସବୁଠୁ ଆକର୍ଷଣୀୟ ଲିଷ୍ଟିଙ୍ଗ । ଯେଉଁଥିରେ ସେୟାର ଇସ୍ୟୁ ପ୍ରାଇସର ଦ୍ବିଗୁଣାରେ ତାଲିକାଭୁକ୍ତ ହୋଇଛି ।

କମ୍ପାନୀ 645 କୋଟି ଏକଜୁଟ ପାଇଁ ଆଇପିଓ ଆଣିଛି । ସଂସ୍ଥାଗତ ନିବେଶ ନିବେଶକଙ୍କ ଶ୍ରେଣୀରେ 108.79 ଗୁଣା, ଅଣ ସଂସ୍ଥାଗତ ନିବେଶକ କ୍ଷେତ୍ରରେ 354.52 ଗୁଣା ଏବଂ ଖୁଚୁରା ନିବେଶକ କ୍ଷେତ୍ରରେ 14.65 ଗୁଣା ସବସ୍କ୍ରାଇବର ରହିଛି।

ABOUT THE AUTHOR

...view details