ଓଡିଶା

odisha

ETV Bharat / business

ଇଣ୍ଡିଗୋ କିଣିବ 300 ଏୟାରକ୍ରାଫ୍ଟ, ଘୋଷଣା ପରେ ଉଛୁଳିଲା ସେୟାର

ୟୁରୋପର ଏୟାରବସ ଇଣ୍ଡଷ୍ଟ୍ରିରୁ ଏ-320 ନିୟୋ ଶ୍ରେଣୀର 300 ନୂଆ ବିମାନର ଅର୍ଡର ଦେଇଛି ଇଣ୍ଡିଗୋ । ଏୟାରବସ ପାଇଁ କୌଣସି ଏୟାରଲାଇନ ପକ୍ଷରୁ ଏହା ବହୁତ ବଡ ଅର୍ଡର ।

ପ୍ରତିକାତ୍ମକ ଫଟୋ

By

Published : Oct 30, 2019, 1:40 PM IST


ନୂଆଦିଲ୍ଲୀ: ବିମାନ ସେବା କମ୍ପାନୀ ଇଣ୍ଡିଗୋର ବଡ ଅର୍ଡର । କମ୍ପାନୀ ନିଜ ମହତ୍ବକାଙ୍ଖୀ ଯୋଜନାକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ୟୁରୋପର ଏୟାରବସ ଇଣ୍ଡଷ୍ଟ୍ରିରୁ ଏ-320 ନିୟୋ ଶ୍ରେଣୀର300 ନୂଆ ବିମାନର ଅର୍ଡର ଦେଇଛି । ଏହା ପରେ ବୁଧବାର ବଜାରରେ କମ୍ପାନୀର ସେୟାର 7 ପ୍ରତିଶତ ବୃଦ୍ଧି ପାଇଛି ।

ତେବେ ଏହି ଚୁକ୍ତିର ରାଶି ପରିମାଣ ନେଇ କୌଣସି ଖୁଲାସା ହୋଇନାହିଁ । 2018ରେ ପ୍ରକାଶିତ ଏ320 ନିୟୋ ବିମାନର ଦାମ ସୂଚୀକୁ ଦେଖିବାକୁ ଗଲେ ଅର୍ଡର 33 ଅରବ ଡଲାର(2.3 ଲକ୍ଷ କୋଟିରୁ ଉର୍ଦ୍ଧ୍ବ)ର ହୋଇପାରେ ।

ଉଛୁଳିଲା ଇଣ୍ଡିଗୋ ସେୟାର

300 ବିମାନ କ୍ରୟ ପାଇଁ ଅର୍ଡର ଦେବା ପରେ ମଙ୍ଗଳବାର ଇଣ୍ଡିଗୋ ଘୋଷଣା କରି କହିଥିଲା ଯେ, ‘ଏୟାରବସ ପାଇଁ କୌଣସି ଏୟାରଲାଇନ ପକ୍ଷରୁ ଏହା ବହୁତ ବଡ ଅର୍ଡର ହେବ । ଏହି ଅର୍ଡର ଐତିହାସିକ ।’ ଏହା ଜରିଆରେ ଭାରତର ବିମାନ ସେବା କ୍ଷେତ୍ରରେ ଅଭିବୃଦ୍ଧି ଜାରି ନେଇ ଆଶା ରହିଛି । ଅଧିକ ଗ୍ରାହକଙ୍କୁ କମ ଭଡାରେ ସେବା ଦେବା ଲକ୍ଷ୍ୟରେ ଏପରି ଯୋଜନା ପ୍ରସ୍ତୁତ ହେଉଥିବା ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋନୋଜୟ ଦତ୍ତା କହିଛନ୍ତି ।

ସେହିପରି ବଜାରର ଭାଗୀଦାର ହିସାବକୁ ଦେଖିବାକୁ ଗଲେ ସର୍ବବୃହତ୍ତ ଏୟାରଲାଇନ ଏ320 ନିୟୋଜ ଓ ଏ321 ବ୍ୟତୀତ ବିଡରେ ଲମ୍ବା ଦୂରତ୍ବ ବିଶିଷ୍ଟ ଏ-321 ଏକ୍ସଏଲଆରକୁ ମଧ୍ୟ ସାମିଲ କରାଯିବ ।

ABOUT THE AUTHOR

...view details