ଓଡିଶା

odisha

By

Published : Apr 20, 2020, 6:42 PM IST

ETV Bharat / business

ଅସ୍ଥିର ବଜାର: ମଜବୁତ ସେନସେକ୍ସ, ଦୁର୍ବଳ ନିଫ୍ଚି

ସୋମବାର ଉଠାଣି-ଗଡାଣି ସହ ସେନସେକ୍ସ 59.28 ପଏଣ୍ଟ ବଢିଥିବା ବେଳେ ନିଫ୍ଟି ସାମନ୍ୟ ହ୍ରାସ ସହ ବନ୍ଦ ହୋଇଛି । ଅଧିକ ପଢନ୍ତ...

indices give up early gains hdfc twins ril come to rescue
ଅସ୍ଥିର ବଜାର: ମଜବୁତ ସେନସେକ୍ସ, ଦୁର୍ବଳ ନିଫ୍ଚି

ମୁମ୍ବାଇ: ବୈଶ୍ବିକ ସ୍ତରରେ ଦୁର୍ବଳ କାରବାର ଯୋଗୁଁ ଅସ୍ଥିର ଘରୋଇ ବଜାର । ସୋମବାର ଉଠାଣି-ଗଡାଣି ସହ ସେନସେକ୍ସ 59.28 ପଏଣ୍ଟ ବଢିଥିବା ବେଳେ ନିଫ୍ଟି ସାମନ୍ୟ ହ୍ରାସ ସହ ବନ୍ଦ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 59.28 ପଏଣ୍ଟ ବଢି 31,648 ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 4.90 ପଏଣ୍ଟ ଖସି 9,261.85 ପଏଣ୍ଟରେ କାରବାର ବନ୍ଦ କରିଛି ।

ସେନସେକ୍ସ ସୂଚକାଙ୍କର ଓଜନ ବଢାଉଥିବା ଏଚଡିଏଫସି ଓ ଏଚଡିଏଫସି ବ୍ୟାଙ୍କ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ତୀବ୍ର ଅଭିବୃଦ୍ଧି ଯୋଗୁଁ ସେନସେକ୍ସ ବୃଦ୍ଧି ପାଇଛି । ସେହିଭଳି ଆଇଟି କମ୍ପାନୀ ସେୟାର ମଧ୍ୟ ପ୍ରଫିଟରେ ରହିଛି ।

ଏପେଟ ଏକ୍ସିସ ବ୍ୟାଙ୍କ, ଆଇଟିସି, ଆଇସିଆଇସିଆଇ ବ୍ୟାଙ୍କ ଓ ମାରୁତି ସୁଜୁକି ସେୟାର ହ୍ରାସ ପାଇଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 3.53 ପ୍ରତିଶତ ହ୍ରାସ ପାଇ 27.09 ଡଲାରରେ ପହଞ୍ଚିଛି ।

ABOUT THE AUTHOR

...view details