ନୂଆଦିଲ୍ଲୀ: ଭାରତର ରେଟିଂ ହ୍ରାସ ସହ ମୁଡିସ କହିଛି କି ବ୍ୟାଙ୍କ ମୁଣ୍ଡରେ ବିପଦ ବୁଲୁଛି । ଖୁଚୁରା ଓ ଏମଏସଏମଇ ଋଣ ବୁଡିବା ସମ୍ଭାବନା ବଢିଗଲାଣି । ଏଥିସହ ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ସଙ୍କଟ ବଢିବାରେ ଲାଗିଛି ।
କୋରୋନା ଭାଇରସ ସଂକ୍ରମଣ ପୂର୍ବରୁ କିଛି ସେକ୍ଟର ସଙ୍କଟଗ୍ରସ୍ତ ରହିଛି । ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ( ଏନବିଏଫସି) ସ୍ଥିତି ଦେଖିବାକୁ ଗଲେ ଆଗାମୀ ଦିନରେ ଆସେଟସ ଓ ଲାଇବିଲିଟି(Liability)ଉଭୟ ଉପରେ ପ୍ରଭାବ ପଡିବ । ଏହା ବ୍ୟାଙ୍କ ଲୋନର ପାଖାପାଖୀ 10ରୁ 15 ପ୍ରତିଶତ ହେବ ।