ଓଡିଶା

odisha

ETV Bharat / business

ଚେତିଲା ଆମେରିକା, ଟାରିଫ ହଟାଇବାକୁ ଟ୍ବିଟ କଲେ ଟ୍ରମ୍ପ - modi

ଟାରିଫ ପ୍ରତ୍ୟାହୃତ କରିବାକୁ ଭାରତ ଉପରେ ଚାପ ପକାଉଛନ୍ତି ଟ୍ରମ୍ପ । ଆମେରିକାର ଯେସାକୁ ତେସା ନୀତି ଭାରତ ଆପଣାଇବା ପରେ ଚେତୁଛନ୍ତି ଟ୍ରମ୍ପ । ଏଥିଯୋଗୁଁ ଭାରତ ଉପରେ ବର୍ଷି ଟ୍ବିଟରେ ଟାରିଫ ହଟାଇବାକୁ ଦାବି କରିଛନ୍ତି ।

ଫାଇଲ ଫଟୋ

By

Published : Jun 27, 2019, 6:53 PM IST

ନୂଆଦିଲ୍ଲୀ: ମୋଦିଙ୍କୁ ଭେଟିବା ପୂର୍ବରୁ ଭାରତ ଉପରେ ବର୍ଷିଲେ ଟ୍ରମ୍ପ । ଟ୍ବିଟ କରି ଟାରିଫ(ଉତ୍ପାଦ ଶୁଳ୍କ) ପ୍ରତ୍ୟାହୃତ କରିବାକୁ ଭାରତ ନିକଟରେ ଦାବି ରଖିଛନ୍ତି । ପୂର୍ବରୁ ମୋଦିଙ୍କୁ ଫୋନ କରି ମଧ୍ୟ ଏ ସମ୍ପର୍କରେ ସେ ଯୁକ୍ତି ବାଢିଥିଲେ ।

G-20 ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚି ସାରିଲେଣି । ଏଠାରେ ତାଙ୍କ ସାକ୍ଷାତକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହେବ । ଆଉ ଏହା ପୂର୍ବରୁ ଟ୍ରମ୍ପଙ୍କ ଟ୍ବିଟରୁ ସ୍ପଷ୍ଟ ହୋଇପଡିଛି ଯେ, ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଟାରିଫକୁ ନେଇ ଆଲୋଚନା ହେବ । ତେବେ ମୋଦିଙ୍କ ସହ ଭେଟିବାକୁ ନେଇ ଉତ୍ସାହିତ ବୋଲି ଟ୍ରମ୍ପ ଜଣାଇଛନ୍ତି । ଏପଟେ ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ଭାରତ ଗସ୍ତରେ ଆସି 2 ଦେଶ ମଧ୍ୟରେ ସୁସମ୍ପର୍କ ଗଢିବା ନେଇ ପ୍ରସ୍ତାବ ଦେଇଥିଲେ ।

ପୂର୍ବରୁ ବିଭିନ୍ନ କାରଣ ଦର୍ଶାଇ ଆମେରିକା ଭାରତକୁ କର ମୁକ୍ତ ତାଲିକା( ଜିଏସପି)ରୁ ହଟାଇ ଦେଇଥିଲେ । ଯାହା ଫଳରେ ଭାରତକୁ ଅଧିକା ରପ୍ତାନୀ ଶୁଳ୍କ ଦେବାକୁ ପଡିବ । ଏଥିଯୋଗୁଁ ଭାରତ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା ଦ୍ରବ୍ୟସାମଗ୍ରୀ ଉପରେ ଟାରିଫ ଲଗାଇଛି । ଯାହାକୁ ଟ୍ରମ୍ପ ସରକାର ସ୍ବୀକାର କରୁନାହାନ୍ତି । ତେବେ ଯଦି ଭାରତ ଟାରିଫ ଲଗାଏ , ତାହାହେଲେ ଆମେରକା ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡିବ ବୋଲି ଟ୍ରମ୍ପ ପ୍ରଶାସନ ଜାଣିପାରିଛି । ଏଥିଯୋଗୁଁ ଟାରିଫ ହଟାଇବାକୁ ବାରମ୍ବାର ଟ୍ରମ୍ପ ଦାବି କରୁଛନ୍ତି ।

ପ୍ରକାଶ ଥାଉ ଯେ, ନିଟକରେ ଭାରତ ଆମେରିକାର ମୋଟର ସାଇକେଲ ଉପରେ ଆମଦାନୀ ଶୁଳ୍କ 100ରୁ ହ୍ରାସ କରି 50 ପ୍ରତିଶ୍ରତ କରିଦେଲେ । କିନ୍ତୁ ଏଥିରେ ବି ଟ୍ରମ୍ପ ସନ୍ତୁଷ୍ଟ ନୁହଁନ୍ତି । ଆହୁରି ଟାରିଫ ହ୍ରାସ କରିବାକୁ ସେ ଯୁକ୍ତି ବାଢିଛନ୍ତି ।

For All Latest Updates

ABOUT THE AUTHOR

...view details