ଓଡିଶା

odisha

ETV Bharat / business

ଦ୍ବିତୀୟ ତ୍ରୟ ମାସିକରେ 19.2 ପ୍ରତିଶତ ବଢିଲା ସୁନା ଚାହିଦା - WGC

ଚଳିତ ବର୍ଷ ଦ୍ବିତୀୟ ତ୍ରୟ ମାସରେ ଭାରତର ସୁନା ଚାହିଦା 19.2 ପ୍ରତିଶତ ବଢି 76.1 ଟନରେ ପହଞ୍ଚିଛି । ବିଶ୍ବ ଗୋଲ୍ଡ କାଉନସି ରିପୋର୍ଟରେ ଏହା କୁହାଯାଇଛି । ଅଧିକ ପଢନ୍ତୁ...

India's gold demand up 19% in Apr-Jun quarter at 76 tonne
ଦ୍ବିତୀୟ ତ୍ରୟ ମାସିକରେ 19.2 ପ୍ରତିଶତ ବଢିଲା ସୁନା ଚାହିଦା

By

Published : Jul 29, 2021, 7:14 PM IST

ମୁମ୍ବାଇ: ଚଳିତ ବର୍ଷର ଦ୍ବିତୀୟ ତ୍ରୟ ମାସରେ ଭାରତର ସୁନା ଚାହିଦା 19.2 ପ୍ରତିଶତ ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ସମୁଦାୟ ଚାହିଦା 76.1 ଟନରେ ପହଞ୍ଚିଛି । ଅକ୍ଷୟ ତୃତୀୟ ଏବଂ ବିବାହ ଋତୁ ଯୋଗୁଁ ସୁନା ଚାହିଦା ବଢିଛି । ବିଶ୍ବ ଗୋଲ୍ଡ କାଉନସିଲ ରିପୋର୍ଟରୁ ଏହା ଜଣାଯାଇଛି । WGCର ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡସ୍ Q2 2021ର ରିପୋର୍ଟ ଅନୁଯାୟୀ, 2020 କ୍ୟାଲେଣ୍ଡର ବର୍ଷର ଦ୍ବିତୀୟ ତ୍ରୟ ମାସିକରେ ସମୁଦାୟ ସୁନା ଚାହିଦା 63.8 ଟନ ଥିଲା । ଯାହାକି ଏ ବର୍ଷ 76.1 ଟନ ଛୁଇଁଛି ।

ମୂଲ୍ୟ ଆଧାରରେ ବିଚାର କଲେ, ଭାରତର ସୁନା ଚାହିଦା ଗତବର୍ଷ ଦ୍ବିତୀୟ ତ୍ରୟ ମାସିକ ତୁଳନାରେ 23 ପ୍ରତିଶତ ବୃଦ୍ଧି ରେକର୍ଡ କରିଛି । ପୂର୍ବ ବର୍ଷ ଏହି ଚାହିଦା 26, 600 କୋଟି ଥିବାବେଳେ ଚଳିତ ବର୍ଷ 32,810 କୋଟିକୁ ବଢିଛି ।

ରିପୋର୍ଟ ଅନୁଯାୟୀ, ମୋଟ ଅଳଙ୍କାର ଚାହିଦା ଦ୍ବିତୀୟ ତ୍ରୟ ମାସିକରେ 25 ପ୍ରତିଶତ ବୃଦ୍ଧି ସହ 55.1 ଟନ ରହିଛି । ଯାହାକି ଗତବର୍ଷର ସମାନ ଅବଧିରେ 44 ଟନ ଥିଲା । ସେହିପରି ଏହାର ସମୁଦାୟ ନିବେଶ ଚାହିଦା ଗତବର୍ଷ ଏପ୍ରିଲ-ଜୁନ ତ୍ରୟ ମାସରେ ତୁଳନାରେ ଚଳିତ ବର୍ଷ 6 ପ୍ରତିଶତ ବଢି 21 ଟନ ରହିଛି । ଅର୍ଥାତ୍ ଗତବର୍ଷ ସମାନ ସମୟରେ ମୋଟ ନିବେଶ ଚାହିଦା 19.8 ଟନ ରହିଥିଲା ।

ସେହିପରି 2020 ଦ୍ବିତୀୟ ତ୍ରୟ ମାସରେ ଭାରତର ମୋଟ ସୁନା ଆମଦାନୀ 10.9 ଟନ ଥିଲା । ମାତ୍ର ଚଳିତ ବର୍ଷ ଏପ୍ରିଲ-ଜୁନ ତ୍ରୟ ମାସରେ ଦେଶ 120.4 ଟନ ଆମଦାନୀ କରିଛି । WGC ରିପୋର୍ଟରେ ଏହା କୁହାଯାଇଛି । ଆଗକୁ ଧନତେରାସ ଭଳି ପାର୍ବଣ ଋତୁ ଓ ବିବାହ ଋତୁ ଆସୁଛି । ତେଣୁ ପୂର୍ବ ବର୍ଷ ଶେଷ ତ୍ରୟ ମାସିକ ଅପେକ୍ଷା ଏ ବର୍ଷ ସକରାତ୍ମକ ପ୍ରତିକ୍ରିୟା ମିଳିବ ବୋଲି WGC ଆଞ୍ଚଳିକ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।

@PTI

ABOUT THE AUTHOR

...view details