ଓଡିଶା

odisha

ETV Bharat / business

2021-22 ଆର୍ଥିକ ବର୍ଷରେ ଦମଦାର କମବ୍ୟାକ୍ କରିବ ଭାରତୀୟ IT ଉଦ୍ୟୋଗ - ଫେରିବ ଆଇଟି

2021-22 ଆର୍ଥିକ ବର୍ଷରେ 11 ପ୍ରତିଶତ ଆୟ ବୃଦ୍ଧି ସହ ଦମଦାର କମବ୍ୟାକ୍ କରିବ ଭାରତୀୟ ଆଇଟି ଉଦ୍ୟୋଗ । ଅଧିକ ପଢନ୍ତୁ...

2021-22 ଆର୍ଥିକ ବର୍ଷରେ ଦମଦାର କମବ୍ୟାକ୍ କରିବ ଭାରତୀୟ IT ଉଦ୍ୟୋଗ
2021-22 ଆର୍ଥିକ ବର୍ଷରେ ଦମଦାର କମବ୍ୟାକ୍ କରିବ ଭାରତୀୟ IT ଉଦ୍ୟୋଗ

By

Published : Jul 7, 2021, 8:04 PM IST

ମୁମ୍ବାଇ: ରେଟିଙ୍ଗ ଏଜେନ୍ସି CRISIL ବୁଧବାର କହିଛି ଯେ ଭାରତୀୟ IT ଉଦ୍ୟୋଗ ଆର୍ଥିକ ବର୍ଷ 2021-22ରେ 11 ପ୍ରତିଶତ ଆୟ ବୃଦ୍ଧି ସହ ଦମଦାର କମବ୍ୟାକ୍ କରିବ । ଏହି ସୁଧାର ମୁଖ୍ୟତଃ ବ୍ୟାଙ୍କିଙ୍ଗ, ବିତ୍ତୀୟ ସେବା ଏବଂ ବୀମା(BFSI), ସ୍ବାସ୍ଥ୍ୟ ସେବା, ଖୁଚୁରା ଓ ଉତ୍ପାଦନ ଭଳି କ୍ଷେତ୍ରରେ ଆଉଟସୋର୍ସିଂ ବୃଦ୍ଧି ଏବଂ ଡିଜିଟାଲ ରୂପାନ୍ତରଣ ସେବା ଗୁଡିକରେ ଅଗ୍ରଗତି କାରଣରୁ ସମ୍ଭବ ହେବ ।

ନାସକମ (Nasscom) ଅନୁସାରେ ଚଳିତ ଆର୍ଥିକ ବର୍ଷରେ IT ଉଦ୍ୟୋଗର ଆୟ 194 ଅରବ ଡଲାର ଥିଲା । ୱିପ୍ରୋ କମ୍ପାନୀ ସଂସ୍ଥାପକ ଅଧ୍ୟକ୍ଷ ଅଜୀମ ପ୍ରେମଜୀଙ୍କ କହିବା କଥା ଭାରତୀୟ IT ଉଦ୍ୟୋଗର ଆୟ ଚଳିତ ଆର୍ଥିକ ବର୍ଷରେ ଦୁଇ ଗୁଣ ବଢିବ । ବିଶେଷକରି ମହାମାରୀ ସତ୍ତ୍ବେ ମଧ୍ୟ IT ଉଦ୍ୟୋଗ ଗତ ଆର୍ଥିକ ବର୍ଷରେ 2 ରୁ 3 ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଏବଂ ମୋଟାମୋଟି ଭାବେ 1.58 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିଛି । ଏହାକୁ ବିଚାରକୁ ନେଲେ IT ଉଦ୍ୟୋଗ ଏକ ଜୋରଦାର ଲେଉଟାଣି କରିବ ବୋଲି ବାରି ହେଉଛି ।

CRISIL କହିଛି କି ଉଚ୍ଚ ବ୍ୟବସାୟିକ ସ୍ତର ଏବଂ ଅଧିକ ଲାଭଜନକ ଡିଜିଟାଲ କାରବାର IT କମ୍ପାନୀଗୁଡିକୁ ଉନ୍ନତ ପରିଚାଳନା ମାର୍ଜିନ ବଜାୟ ରଖିବାରେ ସହାୟତା କରିବ ।

@PTI

ABOUT THE AUTHOR

...view details