ନୂଆଦିଲ୍ଲୀ: ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(United Arab Emirates) ମଧ୍ୟରେ ଶୁକ୍ରବାର ଏକ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହୋଇଛି । ମୋଦି ସରକାର ଏବଂ ୟୁଏଇ ସରକାର ଭର୍ଚୁଆଲରେ ଏହି ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହି ବାଣିଜ୍ୟ ରାଜିନାମା ଦ୍ବାରା ୫ ବର୍ଷ ମଧ୍ୟରେ ଦୁଇ ରାଷ୍ଟ୍ର ଭିତରେ ବାଣିଜ୍ୟ କାରବାର ଦୁଇଗୁଣା ବଢିବ । ଅର୍ଥାତ୍ କାରବାର ୬୦ ବିଲିୟନ ଡଲାରରୁ ୧୦୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି । କହିରଖୁଛୁ କି, ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରଠୁ ସ୍ବାକ୍ଷରିତ ହୋଇଥିବା ଏହି ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା(CEPA)ହେଉଛି ପ୍ରଥମ ବୃହତ୍ ବାଣିଜ୍ୟ ଚୁକ୍ତି ।
ଭାରତ-UAE ମଧ୍ୟରେ ବାଣିଜ୍ୟକ ଚୁକ୍ତି ସ୍ବାକ୍ଷର, କମିବ ଆମଦାନୀ ଶୁଳ୍କ - ବାଣିଜ୍ୟ ଚୁକ୍ତି ସ୍ବାକ୍ଷର
ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(United Arab Emirates) ମଧ୍ୟରେ ଶୁକ୍ରବାର ଏକ ବାଣିଜ୍ୟିକ ରାଜିନାମା ସ୍ବାକ୍ଷର ହୋଇଛି । ଏହି ଚୁକ୍ତି ସ୍ବାକ୍ଷର ଦ୍ବାରା ବିଭିନ୍ନ ପ୍ରକାର ଉତ୍ପାଦ ଉପରେ ଆମଦାନୀ ଶୁଳ୍କ କମିବ । ଅଧିକ ପଢନ୍ତୁ
ଦୁଇ ରାଷ୍ଟ୍ର ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷର ଦ୍ବାରା ବିଭିନ୍ନ ପ୍ରକାର ଉତ୍ପାଦ ଉପରେ ଆମଦାନୀ ଶୁଳ୍କ କମିବ । ସଂଯୁକ୍ତ ଆରବ ଏମିରେଟ୍ସକୁ ଭାରତର ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରିବ । ଅନୁରୂପ ଭାବେ ଭାରତ ମଧ୍ୟ ୟୁଏଇ ରପ୍ତାନୀ ଉପରେ ଆମଦାନୀ ଟିକସ କମାଇବ । ଏଥିସହ ଦୁଇ ରାଷ୍ଟ୍ର ଭିତରେ ବାଣିଜ୍ୟ କାରବାର ଦୁଇଗୁଣା ବଢିବ । ଦିଲ୍ଲୀରେ ଭର୍ଚୁଆଲ ଯୋଗେ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ ଏବଂ ୟୁଏଇ ଅର୍ଥମନ୍ତ୍ରୀ ଅବଦୁଲ୍ଲା ବିନ ଟୁକ୍ ଅଲ ମାରି(Abdulla bin Touq Al Marri) ଏହି ଚୁକ୍ତି ସ୍ବାକ୍ଷରିତ କରିଛନ୍ତି ।
ପ୍ରକାଶଥାଉ କି, ଆମେରିକା ଏବଂ ଚୀନ ପରେ UAE ହେଉଛି ଭାରତର ତୃତୀୟ ସର୍ବବୃହତ ବାଣିଜ୍ୟିକ ଭାଗିଦାରୀ ରାଷ୍ଟ୍ର । ୨୦୨୦-୨୧ରେ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୪୩.୩ ବିଲିୟନ ଡଲାରରେ ପହଞ୍ଚିଛି ।