ଓଡିଶା

odisha

ETV Bharat / business

ଭାରତକୁ ଛୁଟୁଛି FDI ସୁଅ, ଏପ୍ରିଲରେ 60% ବଢିଛି ବିଦେଶୀ ନିବେଶ

ଏପ୍ରିଲରେ ବୃଦ୍ଧି ହୋଇଛି ଦେଶରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ପରିମାଣ । ଏପ୍ରିଲ ମାସରେ ଏଫଡିଆଇ 60 ପ୍ରତିଶତ ବଢି 4.44 ଅରବ ଡଲାରରେ ପହଞ୍ଚିଛି । ଅଧିକ ପଢନ୍ତୁ..

India records 60percent jump in FDI equity inflows in April
ଭାରତକୁ ଛୁଟୁଛି FDI ସୁଅ, ଏପ୍ରିଲ 60% ବଢିଛି ବିଦେଶୀ ନିବେଶ

By

Published : Jun 23, 2021, 10:19 PM IST

ନୂଆଦିଲ୍ଲୀ: 2 ମାସର ହ୍ରାସ ପରେ ଏପ୍ରିଲରେ ବୃଦ୍ଧି ହୋଇଛି ଦେଶରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ପରିମାଣ । ଏପ୍ରିଲ ମାସରେ ଏଫଡିଆଇ 60 ପ୍ରତିଶତ ବଢି 4.44 ଅରବ ଡଲାରରେ ପହଞ୍ଚିଛି । ଗତ ବର୍ଷ ଏହି ମାସରେ ଏହା 2.77 ଅରବ ଡଲାର ଥିଲା ।

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଇକ୍ୟୁଟି, ଆୟ ଓ ପୁଞ୍ଜିକୁ ପୁଣି କରାଯାଇଥିବା ନିବେଶ ମିଶାଇ ମୋଟ ଏଫଡିଆଇ ଏ ବର୍ଷ ଏପ୍ରିଲରେ 6.24 ଅରବ ଡଲାର ରହିଛି । ଯେତେବେଳେ କି 1 ବର୍ଷ ତଳେ ଅର୍ଥାତ 2020 ଏପ୍ରିଲ ମାସରେ ଏହା 4.53 ଅରବ ଡଲାର ଥିଲା ।

ମନ୍ତ୍ରାଳୟ ବିବୃତ୍ତି ଅନୁସାରେ ‘‘ ଏ ବର୍ଷ ଏପ୍ରିଲ ମାସରେ ଏଫଡିଆଇ 4.44 ଅରବ ଡଲାର ରହିଛି । ଏହା ଗତ ବର୍ଷର ଏହି ମାସର 2.77 ଅରବ ଡଲାର ଏଫଡିଆ ପ୍ରବାହ ତୁଳନାରେ 60 ପ୍ରତିଶତ ଅଧିକ ରହିଛି । ’’

ଏଥିରେ ଆହୁରୀ ମଧ୍ୟ କୁହାଯାଇଛି କି, ଏଫଡିଆଇ ମାମଲାରେ ନୀତିଗତ ସୁଧାର, ନିବେଶକୁ ସହଜ ତଥା ବ୍ୟାପରକୁ ସୁଗମ କରିବାକୁ ନେଇ ସରକାର ନେଇଥିବା ପଦକ୍ଷେପର ପରିଣାମସ୍ବରୂପ ଦେଶରେ ଏଫଡିଆଇ ପ୍ରବାହରେ ବୃଦ୍ଧି ହୋଇଛି ।

ମାର୍ଚ୍ଚ ମାସରେ ଏଫଡିଆଇ ପ୍ରବାହ ହ୍ରାସ ହୋଇ 2.87 ଅରବ ଡଲାର ରହିଥିଲା । ଯାହାକି 2020 ମାର୍ଚ୍ଚରେ 4.27 ଅରବ ଡଲାର ଥିଲା । ଫେବୃଆରୀରେ ବି ଏଫଡିଆଇ ହ୍ରାସ ହୋଇ 2.58 ଅରବ ଡଲାର ଥିଲା । ଯାହାକି ଏକ ବର୍ଷ ପୂର୍ବରୁ ଏହି ମାସରେ 3.36 ଅରବ ଡଲାର ଥିଲା ।

ମନ୍ତ୍ରାଳୟ ଅନୁସାରେ ଏପ୍ରିଲ ମାସରେ ମୋଟ ଏଫଡିଆଇ ପ୍ରବାହରେ 24 ପ୍ରତିଶତ ଯୋଜଦାନ ସହ ମରିଶସ ଶୀର୍ଷ ସ୍ଥାନରେ ରହିଛି । ଏହା ପଛକୁ ସିଙ୍ଗାପୁର (21 ପ୍ରତିଶତ) ଓ ଜାପାନ (11 ପ୍ରତିଶତ) ରହିଛି ।

ABOUT THE AUTHOR

...view details