ଓଡିଶା

odisha

ETV Bharat / business

୨୪ ଘଣ୍ଟାରେ ୧୮,୫୩୦ କୋଟି ବଢିଲା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି - ମୁକେଶ ଅମ୍ବାନୀ ସମ୍ପତ୍ତି ବୃଦ୍ଧି

ମଙ୍ଗଳବାର ସେୟାର ବଜାରରେ ରେକର୍ଡସ୍ତର ଛୁଇଁଛି ରିଲିଆନ୍ସ ଇଣ୍ଡଷ୍ଟ୍ରୀ । ସେୟାର ମୂଲ୍ୟରେ ଦମଦାର ବୃଦ୍ଧି ପରେ ପ୍ରତି ମିନିଟରେ ପାଖାପାଖି ୧୩ କୋଟି ବଢିଲା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି । ଅଧିକ ପଢନ୍ତୁ...

୨୪ ଘଣ୍ଟାରେ ୧୮,୫୩୦ କୋଟି ବଢିଲା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି
୨୪ ଘଣ୍ଟାରେ ୧୮,୫୩୦ କୋଟି ବଢିଲା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି

By

Published : Sep 29, 2021, 7:22 AM IST

ନୂଆଦିଲ୍ଲୀ: ସପ୍ତାହର ଦ୍ବିତୀୟ ବ୍ୟବସାୟ ଦିବସ ଅର୍ଥାତ୍ ମଙ୍ଗଳବାର ଦିନ ସେୟାର ବଜାରରେ ୬୦ ହଜାର ତଳେ କାରବାର ବନ୍ଦ ହୋଇଥିଲା । ଏହାସତ୍ତ୍ବେ ମଧ୍ୟ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ସେୟାର ମୂଲ୍ୟ ବଢିଛି ଏବଂ ପାଖାପାଖି ୧ ପ୍ରତିଶତ ବୃଦ୍ଧି ସହ ଆଜି ସୁଦ୍ଧା ସର୍ବୋଚ୍ଚ ରେକର୍ଡ ସ୍ତର ୨୫୪୮.୦୫ ଟଙ୍କାରେ କାରବାର ବନ୍ଦ ହୋଇଛି । ଯେଉଁ କାରଣରୁ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତି(networth) ମଧ୍ୟ ବୃଦ୍ଧି ପାଇଛି ।

ବିଗତ କିଛି ଦିନ ହେଲା ରିଲିଆନ୍ସ ସେୟାରରେ ଲଗାତାର ବୃଦ୍ଧି ପରିଲକ୍ଷିତ ହେଉଛି । ମଙ୍ଗଳବାର କାରବାର ମଧ୍ୟରେ ରିଲିଆନ୍ସର ସେୟାର ଏକ ନୂଆ ସ୍ତରରେ ପହଞ୍ଚିଛି । ମଙ୍ଗଳବାର କାରବାର ଶେଷରେ ରିଲିଆନ୍ସ ୨୫୪୮.୦୫ ଟଙ୍କାରେ ବନ୍ଦ ହୋଇଛି ।

forbes real time billionaire ମୁତାବକ, ରିଲିଆନ୍ସର ସେୟାର ମୂଲ୍ୟରେ ଦମଦାର ବୃଦ୍ଧି ସହ ମୁକେଶ ଅମ୍ବାନୀଙ୍କ networth ୨୪ ଘଣ୍ଟା ମଧ୍ୟରେ ୨.୫ ଅରବ ଡଲାର ବଢି ୯୮.୫ ଅରବ ଡଲାରରେ ପହଞ୍ଚିଛି । ଅର୍ଥାତ୍ ଗୋଟିଏ ଦିନରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପାଖାପାଖି ୧୮,୫୩୦ କୋଟି ବୃଦ୍ଧି ପାଇଛି । ଏହିଭଳି ଭାବେ ପ୍ରତି ମିନିଟରେ ତାଙ୍କ ସମ୍ପତ୍ତିରେ ପ୍ରାୟ ୧୩ କୋଟି ଟଙ୍କା ଲାଭ ହୋଇଛି ।

ଏହାଦ୍ବାରା ମୁକେଶ ଅମ୍ବାନୀ ୧୦୦ ବିଲିୟନ ଡଲାର ସମ୍ପତ୍ତି ବିଶିଷ୍ଟ ଅରବପତି ଲିଷ୍ଟଠାରୁ ସାମାନ୍ୟ ଦୂରରେ ଅଛନ୍ତି । ଅମ୍ବାନୀ ବର୍ତ୍ତମାନ ବିଶ୍ବର ଟପ୍ ୧୦ ବିତ୍ତଶାଳୀ ଅଟନ୍ତି । କୋଭିଡ ଜନିତ ଲକଡାଉନ ମଧ୍ୟରେ ଅମ୍ବାନୀଙ୍କ ନେତୃତ୍ବରେ ଜିଓ ସେୟାର ଫେସବୁକ୍, ଗୁଗଲ ଭଳି ବିଦେଶୀ ନିବେଶକଙ୍କ ବିକ୍ରି କରି କମ୍ପାନୀ ପ୍ରାୟ ୧.୪୮ ଲକ୍ଷ କୋଟି ଟଙ୍କା ଯୋଗାଡ କରିଛି ।

ସେପଟେ ରିଲିଆନ୍ସ ସେୟାରରେ ଦମଦାର ବୃଦ୍ଧି ନିବେଶକଙ୍କୁ କରିଛି ମାଲାମାଲ । ଚଳିତ ବର୍ଷ ଜାନୁୟାରୀରୁ ଏବେ ସୁଦ୍ଧା ରିଲିଆନ୍ସ ସେୟାର ୨୮ ପ୍ରତିଶତ ରିଟର୍ଣ୍ଣ ଦେଇସାରିଛି । କେବେଳ ଏତିକି ନୁହେଁ, ଗତ ୨ ମାସରେ କମ୍ପାନୀ ପାଖାପାଖି ୨୫ ପ୍ରତିଶତ ରିଟର୍ଣ୍ଣ ପାଇଛି । ମଙ୍ଗଳବାର ସେୟାରରେ ପୁନର୍ବାର ବୃଦ୍ଧି ଯୋଗୁଁ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ବଜାର ପୁଞ୍ଜି(market cap) ବଢି ୧୬,୧୫, ୩୨୧.୮୦ କୋଟି ଟଙ୍କାରେ ପହଞ୍ଚିଛି ।

ABOUT THE AUTHOR

...view details