ଓଡିଶା

odisha

By

Published : Aug 15, 2020, 9:00 PM IST

ETV Bharat / business

କଲବଲ କରୁଛି ମହଙ୍ଗା ମାଡ, ବିଗିଡିଲା ଘର ଖର୍ଚ୍ଚ ବଜେଟ

ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି, ଆକାଶଛୁଆଁ ତେଲ ଦାମ, ମହଙ୍ଗା ବ୍ୟକ୍ତିଗତ ସାମଗ୍ରୀ, ଉଛୁଳୁଥିବା ସୁନା-ରୂପା ଦାମ, ତା ଉପରେ ପୁଣି କୋରୋନା ପ୍ରହାର । ଆୟ ହ୍ରାସ ମଧ୍ୟରେ ଏସବୁ ସଙ୍କଟ ଯେପରି ଘର ଚଳାଇବା କଷ୍ଟକର କରିଦେଇଛି । ଅଧିକ ପଢନ୍ତୁ..

କଲବଲ କରୁଛି ମହଙ୍ଗା ମାଡ , ବିଗିଡିଲା ଘର ଖର୍ଚ୍ଚ  ବଜେଟ
କଲବଲ କରୁଛି ମହଙ୍ଗା ମାଡ , ବିଗିଡିଲା ଘର ଖର୍ଚ୍ଚ ବଜେଟ

ହାଇଦ୍ରାବାଦ: ବଢିଚାଲିଛି ଦରଦାମ । କୋରୋନା ସଙ୍କଟ କାଳରେ ଆୟ ହ୍ରାସ ହେଉଥିବାବେଳେ ମହଙ୍ଗା ମାଡ ଘରୋଇ ବଜେଟକୁ ବିଗାଡିଦେଇଛି । ଗତ କିଛି ମାସ ଧରି ଡାଲି, ମାଂସ, ମାଛ, ମସଲା, ପରିବା , ଏପରିକି ବ୍ୟକ୍ତିଗତ ରକ୍ଷାଣାବେକ୍ଷଣା ସାମଗ୍ରୀ ଦାମ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିଛି । ଆଉ ଏହି ବୋଝ ମଧ୍ୟରେ ଖାଉଟି ଚାପି ହୋଇଗଲେଣି ।

ଜୁନ ଓ ଜୁଲାଇ ଉଭୟ ମାସ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ରିପୋର୍ଟରୁ ଜଣାପଡିଛି କି ନିମ୍ନଲିଖିତ ଶ୍ରେଣୀଗୁଡିକରେ ଅନ୍ୟ ଉପ-ଗୋଷ୍ଠୀ ଯଥା ଶସ୍ୟ, କ୍ଷୀର, ଫଳ, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷାକ ଏବଂ ମନୋରଞ୍ଜନ) ତୁଳନାରେ ମୁଦ୍ରାସ୍ପୀତି ବହୁତ ରହିଛି ।

ଉଦାହରଣ ସ୍ୱରୂପ, ପୂର୍ବ ବର୍ଷ ତୁଳନାରେ ଜୁଲାଇରେ ମାଂସ ଏବଂ ମାଛର ଖୁଚୁରା ମୂଲ୍ୟ 18.8 ପ୍ରତିଶତ ବୃଦ୍ଧି ପାଇଥିଲା । ଏହି ବର୍ଗରେ ଜୁନ୍ ମାସ ମୂଲ୍ୟରେ 16.2 ପ୍ରତିଶତ ବୃଦ୍ଧି ଘଟିଛି ।

ସେହିଭଳି ଖୁଚୁରା ସ୍ତରରେ ଡାଲିର ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ଜୁଲାଇରେ 15.9% ଅଧିକ ଥିଲା। ଜୁନ୍ ମାସରେ ଏହି ବର୍ଗରେ ମୁଦ୍ରାସ୍ଫୀତି ହାର 16.7% ଦେଖାଦେଇଛି ।

ଏଥିମଧ୍ୟରେ ପୂର୍ବ ବର୍ଷ ତୁଳନାରେ ଜୁଲାଇରେ 11.3 ପ୍ରତିଶତ ଲମ୍ଫ ମାରି ପରିବା ଦାମରେ ବୃଦ୍ଧି ଜାରି ରହିଛି । ବାସ୍ତବରେ ତଥ୍ୟରୁ ଜଣାପଡୁଛି କି ଜୁଲାଇରେ ପରିବା ଜୁନ ସ୍ତର ତୁଳନାରେ ବହୁତ ଅଧିକ ମହଙ୍ଗା ରହିଥିଲା । ଆକ୍ସିସ୍ କ୍ୟାପିଟାଲର ମୁଖ୍ୟ ଅର୍ଥନୀତିଜ୍ଞ ପୃଥ୍ବୀରାଜ ଶ୍ରୀନିବାସ କହିଛନ୍ତି କି, ‘‘ ପରିବା ସୂଚକାଙ୍କରେ ମାସିକ ବୃଦ୍ଧି ଟମାଟୋ ଏବଂ ଆଳୁ ଫସଲକୁ କ୍ଷତି ପହଞ୍ଚାଉଥିବା ଅତିରିକ୍ତ ବର୍ଷାକୁ ଦର୍ଶାଉଛି ।

କଲବଲ କରୁଛି ମହଙ୍ଗା ମାଡ , ବିଗିଡିଲା ଘର ଖର୍ଚ୍ଚ ବଜେଟ

ବ୍ୟକ୍ତିଗତ ଯତ୍ନ ସାମଗ୍ରୀ ଶ୍ରେଣୀରେ ଜୁଲାଇରେ 13.6 ପ୍ରତିଶତ ଏବଂ ଜୁନରେ 12.4 ପ୍ରତିଶତ ବୃଦ୍ଧି ଘଟିଛି । ମୁଖ୍ୟତଃ ସୁନା ଦର ବୃଦ୍ଧି ଏହାର କାରଣ ।

ଶ୍ରୀନିବାସ କହିଛନ୍ତି, "ସିପିଆଇର ବ୍ୟକ୍ତିଗତ ଯତ୍ନ ଏବଂ ପ୍ରଭାବ ସୂଚକାଙ୍କରେ ସୁନା 27 ପ୍ରତିଶତ ରହିଛି । ସୁନା ଦର ବାର୍ଷିକ 40 ପ୍ରତିଶତ ବୃଦ୍ଧି ପାଇଛି।

ବଡ କଥା କି, ସାବୁନ , ସାମ୍ପୁ ଓ ବ୍ୟକ୍ତିଗତ ସ୍ବଚ୍ଛତା ଭଳି ଉତ୍ପାଦ ଓ ସାମଗ୍ରୀ ବ୍ୟତୀତ ସିପିଆଇରେ ବ୍ୟକ୍ତିଗତ ଯତ୍ନ ଓ ଅନ୍ୟ ଇଲୋକ୍ଟ୍ରନିକ୍ସ ଦାମରେ ବି ବୃଦ୍ଧି ହୋଇଛି । ଆଉ ଏସବୁର ଯୋଗାଣ ଚୀନରୁ ହୋଇଛି । କୋରୋନା ଲକଡାଉନ ଯୋଗୁଁ ଏବଂ ସୀମାରେ ହିସାଂତ୍ମକ ସଂଘର୍ଷ ପରେ ଦେଶରେ ଚୀନ ବିରୋଧୀ ମନୋଭାବ ଓ ଚୀନ ସାମଗ୍ରୀ ବର୍ଜନ ଅଭିଯାନ ଯୋଗୁଁ ଏସବୁ( ସାମଗ୍ରୀ ଯୋଗାଣ , ବିକ୍ରି) ଗମ୍ଭୀର ଭାବେ ପ୍ରଭାବିତ ହୋଇଛି ।

କଲବଲ କରୁଛି ମହଙ୍ଗା ମାଡ , ବିଗିଡିଲା ଘର ଖର୍ଚ୍ଚ ବଜେଟ

ଏପଟେ ଦୁର୍ବଳ ଟଙ୍କା ଇଲେକ୍ଟ୍ରୋନିକ୍ସ ଆମଦାନୀକୁ ମଧ୍ୟ ମହଙ୍ଗା କରିଛି। ମାର୍ଚ୍ଚ ମାସରେ ଡଲାର ତୁଳନାରେ ଟଙ୍କା ପାଖାପାଖୀ 72 ସ୍ତରରୁ ହ୍ରାସ ପାଇ ଜୁଲାଇ ଶେଷ ସୁଦ୍ଧା 75 ଟଙ୍କାରେ ପହଞ୍ଚିଥିଲା ।

ଏଥି ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ମସଲାର ଚାହିଦା ବୃଦ୍ଧି ପାଇଛି । ପରିବାର ଏବଂ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିର ଅଧିକ ଚାହିଦା ହେତୁ ମସଲା ମହଙ୍ଗା ହୋଇଯାଉଛି । ଜୁଲାଇରେ ମସଲା ମୂଲ୍ୟ ବାର୍ଷିକ ହାରରେ 13.3% ଏବଂ ଜୁନରେ 11.7% ବୃଦ୍ଧି ପାଇଛି ।

ପେଟ୍ରୋଲ ଏବଂ ଡିଜେଲର ଅଧିକ ଖୁଚୁରା ମୂଲ୍ୟ ମଧ୍ୟ ଗତ ବର୍ଷ ତୁଳନାରେ ଜୁଲାଇରେ ପରିବହନ ମୂଲ୍ୟ 10 ପ୍ରତିଶତ ବୃଦ୍ଧି କରିଛି। ବଢୁଥିବା ପରିବହନ ଖର୍ଚ୍ଚ ମଧ୍ୟ ଅନ୍ୟ ବସ୍ତୁ ଏବଂ ସେବା ବ୍ୟୟକୁ ବଢାଇଛି । ଯାହା ଫଳରେ ମୁଦ୍ରାସ୍ପୀତି ମିଟର ଉପରମୁହାଁ ହେଉଛି ।

ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ପୀତି 6.93% ରୁ ଅଧିକ ଥିଲା ଏବଂ ନିକଟ ଭବିଷ୍ୟତରେ ଏହା ହ୍ରାସ ହେବାର ସମ୍ଭାବନା ନାହିଁ। HDFC ବ୍ୟାଙ୍କ ଏହାର ଅନୁସନ୍ଧାନ ରିପୋର୍ଟରେ କହିଛି ଯେ ଖାଦ୍ୟର ମୂଲ୍ୟ, ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଅଧିକ ମଜୁରୀ ଯୋଗୁଁ ମୁଦ୍ରାସ୍ପୀତି ସୂଚକାଙ୍କ ବଢିଚାଲିବ !

ABOUT THE AUTHOR

...view details