ଓଡିଶା

odisha

By

Published : Oct 20, 2020, 8:43 PM IST

ETV Bharat / business

ଗ୍ରାହକ ଆଖିରେ ପିଆଜ ଲୁହ, ନବରାତ୍ରରେ ବି ମହଙ୍ଗା ମାଡରୁ ମିଳୁନି ତ୍ରାହି

ବର୍ଷାରେ ଫସଲ ଖରାପ ହେବା ଯୋଗୁଁ ପିଆଜ ଦାମ ଲଗାତାର ଆକାଶଛୁଆଁ ହେଉଛି । କିଲୋ ପିଛା ପିଆଜ 30ରୁ 55 ଟଙ୍କା ରହିଛି । ଯାହାକି ସାଧାରଣ ଖାଉଟିର ବଜେଟ ବଢାଉଛି । ଅଧିକ ପଢନ୍ତୁ..

ଗ୍ରାହକ ଆଖିରେ ପିଆଜ ଲୁହ, ନବରାତ୍ରରେ ବି ମହଙ୍ଗା ମାଡରୁ ମିଳୁନି ତ୍ରାହି
ଗ୍ରାହକ ଆଖିରେ ପିଆଜ ଲୁହ, ନବରାତ୍ରରେ ବି ମହଙ୍ଗା ମାଡରୁ ମିଳୁନି ତ୍ରାହି

ନୂଆଦିଲ୍ଲୀ: ପିଆଜ କାଟିଲେ ଲୋକଙ୍କ ଆଖିରୁ ଲୁହ ବାହାରେ । କିନ୍ତୁ ଏବେ ପିଆଜ ଦର ଖାଉଟିଙ୍କୁ କନ୍ଦାଇଲାଣି । ଗତ ବର୍ଷ ଧରି ପୁଣି ନାକେଦମ କଲାଣି ମହଙ୍ଗା ପିଆଜ । ବର୍ଷାରେ ଫସଲ ଖରାପ ହେବା ଯୋଗୁଁ ପିଆଜ ଦାମ ଲଗାତାର ଆକାଶଛୁଆଁ ହେଉଛି । କିଲୋ ପିଛା ପିଆଜ 30ରୁ 55 ଟଙ୍କା ରହିଛି । ଯାହାକି ସାଧାରଣ ଖାଉଟିର ବଜେଟ ବଢାଉଛି ।

ନବରାତ୍ରରେ ଉତ୍ତର ଭାରତ ସମେତ ଦେଶର ଅଧିରାଂଶ ସ୍ଥାନରେ ଲୋକ ପିଆଜ-ରସୁଣ ଖାଆନ୍ତି ନାହିଁ । ଯାହା ଦ୍ବାରା ବ୍ୟବହାର କମ ହେଉଛି । ହେଲେ ଏହା ପରେ ବି ମହଙ୍ଗା ମାଡରୁ ଆଶ୍ବସ୍ତି ମିଳୁନି ।

ବ୍ୟବସାୟୀ କହିଛନ୍ତି କି, ‘‘ ସାଉଥ ଓ ମହାରାଷ୍ଟ୍ରରେ ବର୍ଷା ହୋଇଛି । ଅର୍ଥାତ ପିଆଜ ଉତ୍ପାଦନକାରୀ ରାଜ୍ୟରେ ବର୍ଷା ଯୋଗୁଁ ଫସଲ ଖରାପ ହୋଇଛି । ଯେଉଁଥିପାଇଁ ନିଅଣ୍ଟ ହେଉଛି । ସେପଟେ ନୂଆ ଫସଲ ଆସିବାରେ ସମୟ ରହିଛି , ଯେଉଁଠି ବି ନୂଆ ଫସଲ ଆସୁଛି , ତାହା ବି ପର୍ଯ୍ୟାପ୍ତ ନୁହେଁ । ଫଳରେ ଉଚ୍ଚା ଦାମରେ କୃଷକଙ୍କ ପାଖରୁ ପିଆଜ ଆସୁଛି ।

ଆଜାଦପୁର ମଣ୍ଡିରେ ଆଳୁ ଓ ପିଆଜ ମର୍ଚେଣ୍ଟ ଆସୋସିଏସନର ଜେନରାଲ ସେକ୍ରେଟରୀ ରାଜେନ୍ଦ୍ର ଶର୍ମା କହିଛନ୍ତି ଯେ, ‘‘ ବର୍ଷା ଯୋଗୁଁ ଗତ ବର୍ଷ ଭଳି ସ୍ଥିତି ଖରାପ ହେବାକୁ ବସିଛି । ଆମ ପାଖରେ 17 ଟି ପିଆଜ ଟ୍ରକ ଆସିଛି | ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ପିଆଜ ଆସୁଛି। ‘‘ ନବରାତ୍ର ଯୋଗୁଁ ବିକ୍ରୟ ମଧ୍ୟ କମ ହୋଇଥାଏ , ଏହି ସମୟରେ ମୂଲ୍ୟ ସହିତ ଉପଯୋଗୀର ସମ୍ପର୍କ ନାହିଁ, କିନ୍ତୁ ସୋର୍ସରୁ ମଧ୍ୟ ଦାମ ଅଧିକ , ଯାହା ଦାମ ମହାରାଷ୍ଟ୍ରର ଅଛି ତାହା ଆଜି ଦିଲ୍ଲୀ ଠାରୁ ବି ଅଧିକ । କିଲୋଗ୍ରାମରେ 10 - 15 ଟଙ୍କା ପାର୍ଥକ୍ୟ ଅଛି | ପିଆଜର ଅଭାବ ଅଛି | ଆଫଗାନିସ୍ତାନ ଭିତ୍ତିକ ପିଆଜର ମଧ୍ୟ ଚାହିଦା ରହିଛି ଏବଂ ଏହାର ମୂଲ୍ୟ କିଲୋ ପ୍ରତି 40 ରୁ 45 ଟଙ୍କା ମଧ୍ୟରେ ରହିଛି। "

ABOUT THE AUTHOR

...view details