ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଶୁକ୍ରବାର ସରକାର ଖୁଚୁରା ମୁଦ୍ରାସ୍ପୀତି ତଥ୍ୟର ଗୋଟିଏ ପାର୍ଟ ଜାରି କରିଛନ୍ତି । ଏହା ଅନୁଯାୟୀ ମେ ମାସରେ ଖାଦ୍ୟ ମୁଦ୍ରାସ୍ପୀତି ହାରରେ 9.28 ପ୍ରତିଶତ ବୃଦ୍ଧି ହୋଇଛି ।
ଏକ ସରକାର ପ୍ରେସ ବିଜ୍ଞପ୍ତି ଅନୁସାରେ ‘‘ଗ୍ରାମୀଣ, ସହରୀ ଓ ମିଳିତ କ୍ଷେତ୍ରଗୁଡିକ ପାଇଁ 2020 ମେ ରେ ଉପଭୋକ୍ତା ଖାଦ୍ୟ ମୂଲ୍ୟ ସୂଚକାଙ୍କ (CFPI)ଗତ ବର୍ଷ ତୁଳନାରେ ମୁଦ୍ରାସ୍ଫୀତି ହାର ଯଥାକ୍ରମେ 9.69, 8.36 ଏବଂ 9.28 ପ୍ରତିଶତ ରହିଛି । ’’