ଓଡିଶା

odisha

By

Published : Apr 30, 2021, 10:06 PM IST

ETV Bharat / business

କମିଲା ସୁନା ଓ ରୂପା ଦାମ

କମିଲା ସୁନା ଦାମ । ଶୁକ୍ରବାର ସୁନା ଓ ରୂପା କମିଛି । ଏ ନେଇ ସୂଚନା ଦେଇଛି ଏଚଡିଏଫସି ସିକ୍ୟୁରିଟିଜ । ଅଧିକ ପଢନ୍ତୁ..

କମିଲା ସୁନା ଓ ରୂପା ଦାମ
କମିଲା ସୁନା ଓ ରୂପା ଦାମ

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ପ୍ରଭାବରେ ସ୍ଥାନୀୟ ସରଫରା ବଜାରରେ କମିଲା ସୁନା ଦାମ । ଶୁକ୍ରବାର ସୁନା ଓ ରୂପା କମିଛି । ଏ ନେଇ ସୂଚନା ଦେଇଛି ଏଚଡିଏଫସି ସିକ୍ୟୁରିଟିଜ ।

ଶୁକ୍ରବାର 10 ଗ୍ରାମ ପ୍ରତି ସୁନା ଦାମ 191 ଟଙ୍କା କମି 46,283 ରେ ପହଞ୍ଚିଛି । ପୂର୍ବ କାରବାର ଦିବସରେ ସୁନା 10 ଗ୍ରାମ ପିଛା 46,474 ଟଙ୍କାରେ ବନ୍ଦ ହୋଇଥିଲା । ସେହିଭଳି ରୂପା ଦାମ କିଲୋ ପ୍ରତି 1,062 ଟଙ୍କା କମିଛି । ଫଳରେ କିଲୋ ପ୍ରତି ରୂପା ଦାମ 67,795 ରେ ବନ୍ଦ ହୋଇଛି । ପୂର୍ବ ଦିନରେ ଏହା 68,857 ଟଙ୍କାରେ ବନ୍ଦ ହୋଇଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 1,769 ଡଲାର ରହିଛି । ସେହିଭଳି ରୂପା ଆଉନ୍ସ 25.92 ଡଲାରରେ ସ୍ଥିର ରହିଛି ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ‘‘ ଆମେରିକା ଅର୍ଥବ୍ୟବସ୍ଥାରେ ଆଶା ଠାରୁ ଭଲ ସୁଧାର ଦେଖିବାକୁ ମିଳିଛି । ଫଳରେ ସୁନା ଦାମ ନରମ ରହିଛି ।

ଆଗକୁ ବିବାହ ସିଜନ ଓ କୋରୋନାର ଅନିଶ୍ଚିତ ସମୟ ମଧ୍ୟରେ ସୁନା ଦାମ ହ୍ରାସ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି । ସୁରକ୍ଷିତ ନିବେଶର ମାଧ୍ୟମ ଭାବେ ସୁନା ଚାହିଦା ଢେର ଅଧିକ । ଏଣୁ ବର୍ତ୍ତମାନ ସମୟରେ ସୁନା ଦାମ ହ୍ରାସ ଦୋକାନୀଙ୍କ କାରବାରକୁ ଇନ୍ଧନ ଯୋଗାଇବ ।

ABOUT THE AUTHOR

...view details