ନୂଆଦିଲ୍ଲୀ: ଗହଣା ପ୍ରେମୀଙ୍କୁ ଝଟକା । ମହଙ୍ଗା ହେଲା ସୁନା ଦାମ । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ବୃଦ୍ଧି ଓ ଟଙ୍କାର ବିନିମୟ ମୁଲ୍ୟ ହ୍ରାସର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ମଙ୍ଗଳବାର ରାଷ୍ଚ୍ରୀୟ ରାଜଧାନୀରେ ସୁନା ଦାମ 10 ଗ୍ରାମ ପିଛା 761 ଟଙ୍କା ବୃଦ୍ଧି ପାଇ 48,414 ଟଙ୍କା ରହିଛି ।
ପୂର୍ବ କାରବାରରେ 10 ଗ୍ରାମ ପିଛା ସୁନା ଦାମ 47,653 ଟଙ୍କାରେ ବନ୍ଦ ହୋଇଥିଲା । ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 176 ପଇସା ହ୍ରାସ ପାଇ 76.20 ରହିଛି ।