ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମରେ ବୃଦ୍ଧି ହୋଇଛି । ଦିଲ୍ଲୀ ସରଫରା ବଜାରରେ ବୁଧବାର ସୁନା ଦାମ 10 ଗ୍ରାମ ପ୍ରତି 675 ଟଙ୍କା ବଢି 48,169 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।
ଏହା ପୂର୍ବ କାରବାର ଦିବସରେ ସୁନା 10 ଗ୍ରାମ ପ୍ରତି 47,494 ଟଙ୍କାରେ ବନ୍ଦ ହୋଇଛି । ସେହିପରି ଆଜି ରୂପା ମଧ୍ୟ କିଲୋ ପ୍ରତି 1,280 ଟଙ୍କା ଉଛୁଳି 62,496 ଟଙ୍କା ଛୁଇଁଛି । ଗତ କାରବାର ଦିନରେ ଏହାର ବନ୍ଦ ଦାମ କିଲୋ ପିଛା 61,216 ଟଙ୍କା ଥିଲା ।