ଓଡିଶା

odisha

ETV Bharat / business

ଟଙ୍କା ମୂଲ୍ୟ ଖସିଲା, ମହଙ୍ଗା ହେଲା ସୁନା

ବିବାହ ସିଜନରେ ସୁନା-ରୂପା ଦାମ ବୃଦ୍ଧି ବଢାଇଛି ଗ୍ରାହକଙ୍କ ଅସନ୍ତୋଷ । ବୁଧବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ ଓ ରୂପା ଦାମ ହ୍ରାସ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

Gold rises by Rs 587 and silver by Rs 682
Gold rises by Rs 587 and silver by Rs 682

By

Published : Apr 7, 2021, 10:10 PM IST

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ଯୋଗୁଁ ବହୁମୂଲ୍ୟ ଧାତୁ ଦାମ ବଢିଛି । ବୁଧବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ ଓ ରୂପା ଦାମ ହ୍ରାସ ବୃଦ୍ଧି ହୋଇଛି । ବିବାହ ସିଜନରେ ସୁନା-ରୂପା ଦାମ ବୃଦ୍ଧି ଗ୍ରାହକଙ୍କ ଅସନ୍ତୋଷ ବଢାଉଛି ।

ଆଜି ସୁନା ଦାମ 10 ଗ୍ରାମ ପ୍ରତି 587 ଟଙ୍କା 45,768 ଟଙ୍କାରେ ବନ୍ଦ ହୋଇଠି । ସେହିଭଳି ରୂପା ଦାମ କିଲୋ ପିଛା 682 ଟଙ୍କା ବୃଦ୍ଧି ହୋଇ 65,468 ଟଙ୍କାରେ ପହଞ୍ଚିଛି । ଗତ କାରବାର ଦିବସରେ ରୂପା ଦାମ କିଲୋ ପ୍ରତି 64,786 ଟଙ୍କାରେ ବନ୍ଦ ହୋଇଥିଲା ।

ବୁଧବାର କାରବାର ଆରମ୍ଭରେ ବିଦେଶୀମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 105 ପଇସା ଦୁର୍ବଳ ହୋଇଛି । ଫଳରେ ସୁରକ୍ଷିତ ନିବେଶ ଭାବେ ସୁନାର ଚାହିଦା ବଢିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ହୋଇ ଆଉନ୍ସ ପ୍ରତି 1,739 ଡଲାର ଓ ରୂପା 25.04 ଡଲାରରେ ସ୍ଥିର ଅଛି ।

ABOUT THE AUTHOR

...view details