ଓଡିଶା

odisha

ETV Bharat / business

ବଢୁଛି ଚାହିଦା: ପୁଣି ସୁନା ଓ ରୂପା ଦାମ ବଢିଲା - ସୁନା ଦାମ ବୃଦ୍ଧି

ରେକର୍ଡ ହ୍ରାସ ପରେ ପୁଣି ସୁନା ଦାମ ବୃଦ୍ଧି ଜାରି ରହିଛି । କୋରୋନା ସଙ୍କଟ ମଧ୍ୟରେ ବିଶ୍ବ ଅର୍ଥନୀତି ଅନିଶ୍ଚିତତା ମଧ୍ୟରେ ସୁରକ୍ଷିତ ନିବେଶର ମାଧ୍ୟମ ସୁନାର କାରବାର ସୋମବାର ବୃଦ୍ଧି ପାଇଛି । ଫଳରେ ଦାମ ବଢିଛି । ଅଧିକ ପଢନ୍ତୁ..

ବଢୁଛି ଚାହିଦା, ପୁଣି ସୁନା ଓ ରୂପା ଦାମ ବଢିଲା
ବଢୁଛି ଚାହିଦା, ପୁଣି ସୁନା ଓ ରୂପା ଦାମ ବଢିଲା

By

Published : Aug 17, 2020, 5:45 PM IST

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ମଜବୁତ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ସୁନା ଦାମ ବଢିଚାଲିଛି । ସୋମବାର ଦେଶର ରାଜଧାନୀ ଦିଲ୍ଲୀରେ 10 ଗ୍ରାମ ପିଛା ସୁନା ଦାମ 340 ଟଙ୍କା ବୃଦ୍ଧି ପାଇ 53,611 ଟଙ୍କା ହୋଇଛି। HDFC ସିକ୍ୟୁରିଟିଜ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ପୂର୍ବ କାରବାରରେ ମୂଲ୍ୟବାନ ଧାତୁ ସୁନା 10 ଗ୍ରାମ ପିଛା 53,271 ଟଙ୍କାରେ ବନ୍ଦ ହୋଇଥିଲା । ତେବେ କେବଳ ସୁନା ନୁହେଁ ରୂପା ଦାମ ମଧ୍ୟ ଆଜି ବଢିଛି । ସୋମବାର ରୂପା କିଲୋଗ୍ରାମ ପିଛା 1,306 ଟଙ୍କା ବଢି 69,820 ଟଙ୍କା ଛୁଇଁଛି । ଯାହାକି ପୂର୍ବ କାରବାରରେ 68,514 ଟଙ୍କା ଥିଲା ।

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ବୃଦ୍ଧି ଯୋଗୁଁ ଦିଲ୍ଲୀରେ 24 କ୍ୟାରେଟ ସ୍ପଟ୍ ସୁନା ମୂଲ୍ୟ 340 ଟଙ୍କା ବୃଦ୍ଧି ପାଇଛି ବୋଲି ଏଚଡିଏଫସି ସିକ୍ୟୁରିଟିଜ ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲ କହିଛନ୍ତି।

ଆନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା 1,954 ଡଲାରରେ ପହଞ୍ଚିଥିବାବେଳେ ରୂପା ଅଉନ୍ସ ପ୍ରତି 26.81 ଡଲାରରେ କାରବାର କରିଥିଲା।

କୋରୋନା ସଙ୍କଟ ମଧ୍ୟରେ ବିଶ୍ବ ଅର୍ଥନୀତି ଅନିଶ୍ଚିତତା ମଧ୍ୟରେ ସୁରକ୍ଷିତ ନିବେଶର ମାଧ୍ୟମ ସୁନାର କାରବାର ସୋମବାର ବୃଦ୍ଧି ପାଇଛି । ଫଳରେ ଦାମ ବଢିଛି ।

@PTI

ABOUT THE AUTHOR

...view details