ଓଡିଶା

odisha

ETV Bharat / business

47 ହଜାର ଟପିଲା 10 ଗ୍ରାମ ସୁନା

ବୈଶ୍ବିକ ବଜାରରେ ସୁନା ଦାମ ଜୋରଦାର ବୃଦ୍ଧି ଯୋଗୁଁ ଘରୋଇ ବଜାରରେ ତାହାର ପ୍ରଭାବ ଦେଖିବାରୁ ମିଳିଛି ।

gold prices today hit 47000 per 10 gram for first time
47 ହଜାର ଟପିଲା 10 ଗ୍ରାମ ସୁନା

By

Published : Apr 16, 2020, 7:04 PM IST

ମୁମ୍ବାଇ: ମାନ୍ଦାବସ୍ଥା ଆଶଙ୍କାରେ ସୁନା ଚାହିଦା ଆକାଶଛୁଆଁ । ଫଳରେ ଦାମ ଲଗାତାର ବଢିଚାଲିଛି । ଗୁରୁବାର ପ୍ରଥମ ଥର ପାଇଁ ସୁନା 10 ଗ୍ରାମ ପିଛା 47 ହଜାର ପାର କରିଛି ।

ବୈଶ୍ବିକ ବଜାରରେ ସୁନା ଦାମ ଜୋରଦାର ବୃଦ୍ଧି ଯୋଗୁଁ ଘରୋଇ ବଜାରରେ ତାହାର ପ୍ରଭାବ ଦେଖିବାରୁ ମିଳିଛି । ଦେଶବ୍ୟାପୀ ଲକଡାଉନ ଯୋଗୁଁ ଘରୋଇ ସ୍ପଟ୍ ବଜାର ବନ୍ଦ ଅଛି, କିନ୍ତୁ ଫ୍ୟୁଚର ବଜାରରେ ସୁନା କ୍ରମାଗତ ଭାବରେ ଏକ ନୂତନ ଶିଖରକୁ ସ୍ପର୍ଶ କରୁଛି ।

ସେପଟେ ରୂପା କିଲୋ ପିଛା 124 ଟଙ୍କା ବଢି 44155 ଟଙ୍କାର କାରବାର କରୁଥିଲା ।

କମୋଡିଟି ବଜାର ବିଶେଷଜ୍ଞ କହିବା ଅନୁଯାୟୀ, କୋରୋନା ସଙ୍କଟ ମଧ୍ୟରେ ବୈଶ୍ବିକ ଅର୍ଥବ୍ୟବସ୍ଥାକୁ ମାନ୍ଦାବସ୍ଥା ପ୍ରବେଶ କଲାଣି । ଏହି ଆଶଙ୍କାରେ ନିବେଶକଙ୍କ ସୁରକ୍ଷିତ ନିବେଶ ସୁନା ପାଲଟିଛି । ଏଥିଯୋଗୁଁ ସୁନାର ଦାମ ମଧ୍ୟ ବଢିଚାଲିଛି ।

ABOUT THE AUTHOR

...view details