ନୂଆଦିଲ୍ଲୀ: ବଢିଲା ସୁନା ଦର । ମଜବୁତ ଗ୍ଲୋବାଲ ଟ୍ରେଣ୍ଡ ଏବଂ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ସହ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ସୁନା 10 ଗ୍ରାମ ପିଛା 251 ଟଙ୍କା ବୃଦ୍ଧି ପାଇ 46,615 ରହିଛି । ପୂର୍ବ କାରବାର ସମୟରେ ଏହି ମୂଲ୍ୟବାନ ମେଟାଲ ପ୍ରତି 10 ଗ୍ରାମ ପିଛା 46,364 ଟଙ୍କାରେ ବନ୍ଦ ହୋଇଥିଲା । ହେଲେ ଶୁକ୍ରବାର ରୂପାର ଦାମ୍ 256 ଟଙ୍କା କମିଛି । ଫଳରେ ବର୍ତ୍ତମାନ ରୂପା କିଲୋଗ୍ରାମ 68,458 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟି ଏନେଇ ସୂଚନା ଦେଇଛି ।
ଏଚଡିଏଫସି ସିକ୍ୟୁରିଟିର ସିନିୟର ଆନାଲିଷ୍ଟ ତପନ ପଟେଲ କହିଛନ୍ତି ଯେ, ଫାର୍ମ COMEX ସୁନା ମୂଲ୍ୟ ଏବଂ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ସହ ଦିଲ୍ଲୀରେ ପ୍ରଚଳିତ 24 କ୍ୟାରେଟ ସୁନା ଦର 251 ଟଙ୍କା ବୃଦ୍ଧି ପାଇଛି ।