ଓଡିଶା

odisha

ETV Bharat / business

ଦୀପାବଳୀ ସୁଦ୍ଧା 52 ହଜାର ଟପିବ ସୁନା

କୋରୋନା ଭୟରେ ପାର୍ବଣ ମାହୋଲ ଫିକା ସହ ବିବାହ ସିଜନରେ କିଣାକିଣି ଫସର ଫାଟିଛି । ଏଥିସହ ଆର୍ଥିକ ଅନିଶ୍ଚିତତା । ଯେଉଁଥିପାଇଁ ସୁନାର ଚାହିଦା ବଢିଚାଲିଛି । ଆଉ ଚାହିଦା ବଢୁଥିବାରୁ ଦାମ ବି ହୁ ହୁ ହୋଇ ବଢୁଛି । ଅଧିକ ପଢନ୍ତୁ..

Gold may cross Rs 52,000 per 10 grams by Diwali
Gold may cross Rs 52,000 per 10 grams by Diwali

By

Published : Jul 7, 2020, 1:49 PM IST

ମୁମ୍ବାଇ: କ୍ରମାଗତ ଚତୁର୍ଥ ଅଧିବେଶନ ପାଇଁ ଦେଶର ସ୍ପଟ ଏବଂ ଫ୍ୟୁଚର ବଜାରରେ ସୁନା ଦାମ ଦୁର୍ବଳ ରହିଛି । ହେଲେ କୋରୋନା ସମୟରେ ସବୁଠୁ ସୁରକ୍ଷିତ ନିବେଶ ଭାବେ ସୁନାର ଚାହିଦା ଉପରମୁହାଁ । ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ସୁନା ଚଳିତ ବର୍ଷ ଶୀର୍ଷରେ ପହଞ୍ଚିପାରେ ।

କୋରୋନା ସଙ୍କଟ ଯୋଗୁଁ ଆଗାମୀ ପର୍ବପର୍ବାଣୀ ସିଜନ ଚମକ ଯଦିଓ ମଳିନ ହୋଇପାରେ , କିନ୍ତୁ ଆଶା ରହିଛି କି ସୁନା ଦୀପାବଳୀ ସୁଦ୍ଧା 10 ଗ୍ରାମ ପିଛା 52 ହଜାର ସ୍ତର ପାର କରିପାରେ ।

ଗତ ସପ୍ତାହ ଜୁଲାଇ 1 ରେ ଭାରତୀୟ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା 10 ଗ୍ରାମ ପିଛା 48,982 ଟଙ୍କାକୁ ଉଛୁଳିଥିଲା । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତର । ଏପଟେ ଘରୋଇ ବଜାରରେ ସୁନା 10 ଗ୍ରାମ ପ୍ରତି 50 ହଜାର ଟଙ୍କା ରେକର୍ଡ ପାର କରିସାରିଲାଣି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 2000 ଡଲାରରେ ପହଞ୍ଚିବାରେ ଲାଗିଛି । ଗତ ସପ୍ତାହ ଜୁଲାଇ ପହିଲାରେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଆଉନ୍ସ ପ୍ରତି 1807.70 ଡଲାରକୁ ବଢିଛି । ଯାହାକି 2011 ସେପ୍ଟେମ୍ବର 21 ପରର ସବୁଠୁ ଉଚ୍ଚ ସ୍ତର ।

ଦେଶର ସରଫରା ବଜାରରେ ମଧ୍ୟ କାରବାରୀ ଅନୁମାନ ଲଗାଇଛନ୍ତି କି, ଏ ବର୍ଷ ସୁନା ଦାମରେ ବୃଦ୍ଧି ଜାରି ରହିଛି । ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଲେର୍ସ ଆସୋସିଏସନର ନ୍ୟାସନାଲ ସେକ୍ରେଟେରୀ ସୁରେନ୍ଦ୍ର ମେହେତା କହିଛନ୍ତି କି, ଜିଏସଟି ବିନା 24 କ୍ୟାରେଟ ସୁନାର ଦାମ 10 ଗ୍ରାମ ପିଛା ଦୀପାବଳୀ ସୁଦ୍ଧା 52 ହଜାର ଟଙ୍କା ଡେଇଁପାରେ ।

ସୁନା ଦାମ ବୃଦ୍ଧିର ମୁଖ୍ୟ କାରଣ ହେଉଛି କୋରୋନା କାଳରେ ସମଗ୍ର ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ସୁଧ ହାର ହ୍ରାସ । ଯେଉଁଥିପାଇଁ ସୁନାରେ ନିବେଶ ଚାହିଦା ବଢିଚାଲିଛି ।

କୋରୋନା ମହାମାରୀ ପ୍ରକୋପ ବଢିବା ସହ ଆର୍ଥିକ ଗତିବିଧି ପ୍ରଭାବିତ ହେଉଛି । ଏଥିମଧ୍ୟରେ ଆଇଏମଏଫ, ବିଶ୍ବବ୍ୟାଙ୍କ ସମେତ ବହୁତ ବୈଶ୍ବିକ ଓ ଘରୋଇ ଆର୍ଥିକ ଏଜେନ୍ସି ଅଭିବୃଦ୍ଧି ହାର ହ୍ରାସ ନେଇ ଆକଳନ କରିଛି । ଯାହା ଦ୍ବାରା ନିବେଶକ ସୁରକ୍ଷିତ ନିବେଶ ପ୍ରତି ମନ ବଳାଉଛନ୍ତି । ଏଥିଯୋଗୁଁ ସୁନାର ଦାମ ବଢିଚାଲିଛି ବୋଲି କମୋଡିଟି ବଜାରର ବିଶେଷଜ୍ଞ କହିଛନ୍ତି ।

ABOUT THE AUTHOR

...view details