ଓଡିଶା

odisha

ETV Bharat / business

ବଢିଲା ସୁନା ଦାମ, ଡଲାର ତୁଳନାରେ ମଜବୁତ ଟଙ୍କା

ବଢିଲା ସୁନା ଦାମ । କିନ୍ତୁ ଖସିଛି ରୂପା ଦାମ । ପୁଞ୍ଜି ବଜାରରେ ପ୍ରଫିଟ ରହିଥିଲା ବେଳେ ଡଲାର ଦୁର୍ବଳ ହୋଇଛି ଏବଂ ଟଙ୍କା ମଜବୁତ ହୋଇଛି । ଅଧିକ ପଢନ୍ତୁ..

ବଢିଲା ସୁନା ଦାମ, ଡଲାର ତୁଳନାରେ ମଜବୁତ ଟଙ୍କା
ବଢିଲା ସୁନା ଦାମ, ଡଲାର ତୁଳନାରେ ମଜବୁତ ଟଙ୍କା

By

Published : Nov 23, 2020, 7:52 PM IST

ନୂଆଦିଲ୍ଲୀ: ଆଗକୁ ବିବାହ ସିଜନ । ଏଥିପାଇଁ ବଢୁଛି ଗହଣା କିଣା । ତେବେ ସୁନା ଚାହିଦା ବଢୁଥିବାରୁ ଦାମ ମଧ୍ୟ ବଢିଛି । ସୋମବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 57 ଟଙ୍କା ବୃଦ୍ଧି ସହ 49,767 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ଗତ କାରବାର ଦିନରେ ସୁନା ଦାମ 10 ଗ୍ରାମ ପ୍ରତି 49,710 ଟଙ୍କା ରହିଥିଲା । ତେବେ ଆଜି ରୂପା ଦାମ 185 ଟଙ୍କା ଖସି କିଲୋ ପ୍ରତି 61,351 ଟଙ୍କା ରହିଛି । ଯାହାକି ପୂର୍ବ କାରବାର ଦିନରେ କିଲୋ ପ୍ରତି 61,536 ଟଙ୍କା ରହିଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ଲାଭ ସହ ଆଉନ୍ସ ପ୍ରତି 1,874 ଡଲାର ଓ ରୂପା ଦାମ 24.22 ଡଲାରରେ ଅପରିବର୍ତ୍ତିତ ରହିଛି । ଏଚଡିଏଫସି ସିକ୍ୟୁରିଜର ବରିଷ୍ଠ ଜିନ୍ସ ବିଶ୍ଲେଷକ ତପନ ପଟେଲ କହିଛନ୍ତି ଯେ, ‘‘ ଆର୍ଥିକ ବୃଦ୍ଧି ସମ୍ବନ୍ଧୀୟ ଚିନ୍ତା ତଥା କାନାଡା ସମେତ ଦୁନିଆର ଅନ୍ୟ ଭାଗରେ ନୂଆ କରି ଲକଡାଉନ ଲାଗୁ ଯୋଗୁଁ ସୁନା ଦାମରେ ବୃଦ୍ଧି ପରିଲିଖିତ ହୋଇଛି ।

ସେପଟେ ଡଲାର ତୁଳନାରେ ଟଙ୍କା 5 ପଇସା ବଢି 2 ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଦୁର୍ବଳ ଡଲାର ଓ ଘରୋଇ ସେୟାର ବଜାରରେ ବୃଦ୍ଧି ଯୋଗୁଁ ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଆମେରିକା ମୁଦ୍ରା ତୁଳନାରେ ଟଙ୍କା ସୋମବାର 5 ପଇସା ବଢି 74.11 ରେ ବନ୍ଦ ହୋଇଛି ।

ABOUT THE AUTHOR

...view details