ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପ୍ରଭାବରେ ଘରୋଇ ବଜାରର ବଢିଲା ସୁନା ଦାମ । ମଙ୍ଗଳବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 495 ଟଙ୍କା ବୃଦ୍ଧି ହୋଇ 47,559 ଟଙ୍କାରେ ପହଞ୍ଚିଛି । ଗତ କାରବାର ସିଜନରେ ସୁନା 10 ଗ୍ରାମ ପ୍ରତି 47,064 ଟଙ୍କାରେ ବନ୍ଦ ହୋଇଥିଲା ।
ବଢିଲା ସୁନା ଦାମ, ଖସିଲା ରୂପା - silver price
ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 495 ଟଙ୍କା ବୃଦ୍ଧି ହୋଇ 47,559 ଟଙ୍କାରେ ପହଞ୍ଚିଛି । ଗତ କାରବାର ସିଜନରେ ସୁନା 10 ଗ୍ରାମ ପ୍ରତି 47,064 ଟଙ୍କାରେ ବନ୍ଦ ହୋଇଥିଲା ।
ବଢିଲା ସୁନ ଦାମ, ଖସିଲା ରୂପା
ସେପଟେ ରୂପା ଦାମ 99 ଟଙ୍କା ହ୍ରାସ ହୋଇ କିଲୋ ପ୍ରତି 68,391 ଟଙ୍କା ରହିଛି । ଗତ କାରବାର ଦିବସରେ ଏହା କିଲୋ ପିଛା 68,490 ଟଙ୍କା ଥିଲା । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ (କମୋଡିଟି) ତପନ ପଟେଲ କହିଛନ୍ତି କି, ‘‘ ଅନ୍ତରାଷ୍ଟ୍ରୀୟ ଦାମରେ ବୃଦ୍ଧି ଫଳରେ ଦିଲ୍ଲୀରେ 24 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି 495 ଟଙ୍କା ମଜବୁତ ହୋଇଛି ।
ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଲାଭ ସହିତ ଆଉନ୍ସ ପ୍ରତି 1,841 ଡଲାର ରହିଛି । ଯେତେବେଳେ କି ରୂପା ଆଉନ୍ସ ପିଛା 27.46 ଡଲାର ଅଛି ।