ନୂଆଦିଲ୍ଲୀ: ପୁଣି ଗହଣା ପ୍ରେମୀଙ୍କୁ ଦର ମାଡ । ଆଗକୁ ବିବାହ ଓ ପର୍ବପର୍ବାଣୀ ଆସୁଥିବା ବେଳେ ଅଳଙ୍କାର କିଣିବାକୁ ଗଲେ ଦାମ ଶୁଣି ହୋସ ଉଡିଯାଉଛି । ସୁନା 36 ହଜାର ଛୁଇଁଥିବା ବେଳେ ରୂପା 3 ଦିନରେ କଲୋ ପିଛା 1,925 ଟଙ୍କା ବଢି 42 ହଜାର ପାର କଲାଣି ।
ଶୁକ୍ରବାର ସରଫରା ବଜାରରେ 10 ଗ୍ରାମ ସୁନା ଦର 280 ଟଙ୍କା ବଢି 35ହଜାର 950ରେ ପହଞ୍ଚିଛି । ସେହିପରି ରୂପା କିଲୋ ପିଛା 935 ଟଙ୍କା ଉଛୁଳି 42,035 ଟଙ୍କା ରହିଛି । ଅଖିଳ ଭାରତୀୟ ସରଫରା ସଂଘ ଅନୁଯାୟୀ, ଉଦୌଗିକ କ୍ଷେତ୍ର ଏବଂ କଏନ ନିର୍ମାଣକାରୀଙ୍କ ଚାହିଦା ବଢୁଥିବାରୁ ଚାହିଦା ବଢୁଛି । ଏପଟେ ବଜେଟରେ ମଧ୍ୟ ଅରଥମନ୍ତ୍ରୀ ସୁନା ଓ ମୁଲ୍ୟବାନ ଧାତୁ ଉପରେ ଉତ୍ପାଦନ ଶୁଳ୍କ 10 ପ୍ରତିଶତରୁ ବୃଦ୍ଧି କରି 12.5 ପ୍ରତିଶତ କରିଛନ୍ତି ।