ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ନିବେଶର ସୁରକ୍ଷିତ ମାଧ୍ୟମ ସୁନା । ପୁଞ୍ଜି ବଜାରରେ ଅନିଶ୍ଚିତତା ମଧ୍ୟରେ ଏହାର ଚାହିଦା ବଢିବାରେ ଲାଗିଛି । ଏପଟେ ଚାହିଦା ପରିମାଣ ବଢୁଥିବାରୁ ଦାମ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଲାଣି ।
ବୁଧବାର ସୁନା ଦାମ 10 ଗ୍ରାମ ପିଛା 647 ଟଙ୍କା ବୃଦ୍ଧି ପାଇ 49,908 ଟଙ୍କା ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ମହଙ୍ଗା ଯୋଗୁଁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । HDFC ସିକ୍ୟୁରିଟି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।