ଓଡିଶା

odisha

ETV Bharat / business

7 ବର୍ଷର ରେକର୍ଡ ଭାଙ୍ଗିଲା ସୁନା - ରେକର୍ଡ ସ୍ତରରେ ସୁନା

ଚେନ୍ନାଇ: ଆନ୍ତର୍ଜାତୀୟ ବଜାରରେ 2 ପ୍ରତିଶତ ବଢିଲା ସୁନା ଦର । ଯାହା 7 ବର୍ଷର ରେକର୍ଡ ଭାଙ୍ଗିଛି । ଏହାର ପ୍ରଭାବରେ ଘରୋଇ ବଜାରରେ ରେକର୍ଡ ଭାଙ୍ଗିଲା ସୁନା ଦାମ । ଚେନ୍ନାଇରେ 42 ହଜାର ଟପିଲା 10 ଗ୍ରାମ ସୁନା ।

Gold price hits record high
7 ବର୍ଷର ରେକର୍ଡ ଭାଙ୍ଗିଲା ସୁନା

By

Published : Jan 9, 2020, 5:15 PM IST

ଚେନ୍ନାଇ: ଆନ୍ତର୍ଜାତୀୟ ବଜାରରେ 2 ପ୍ରତିଶତ ବଢିଲା ସୁନା ଦର । ଯାହା 7 ବର୍ଷର ରେକର୍ଡ ଭାଙ୍ଗିଛି । ଏହାର ପ୍ରଭାବରେ ଘରୋଇ ବଜାରରେ ରେକର୍ଡ ଭାଙ୍ଗିଲା ସୁନା ଦାମ । ଚେନ୍ନାଇରେ 42 ହଜାର ଟପିଲା 10 ଗ୍ରାମ ସୁନା ।

ଗୁରୁବାର ସକାଳୁ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ଆଉନ୍ସ ପିଛା 16000 ଡଲାର ପାର କରିଛି । ଏପଟେ ଚେନ୍ନାଇ 24 କ୍ୟାରେଟ ବିଶିଷ୍ଟ 10 ଗ୍ରାମ ସୁନା ଦାମ 42,860 ଟଙ୍କା ଛୁଇଁଛି । ଅନ୍ୟ ସବୁ ରାଜ୍ୟରେ ମଧ୍ୟ ସୁନା 41 ହଜାର ଉପରେ ରହିଛି ।

ବାଗଦାଦରେ ଆମେରିକାର ଏୟାରଷ୍ଟ୍ରାଇକ ଯୋଗୁଁ ବିଶ୍ବ ବଜାରରେ ବେହାଲ ହୋଇପଡିଛି । ଫଳରେ ନିବେଶକ ଆତଙ୍କିତ ହୋଇ ବଜାରରୁ ପୁଞ୍ଜି ଫେରସ୍ତ ନେଇ ସୁନାରେ ଲଗାଇଥିଲେ । ଯେଉଁଥିପାଇଁ ଗତ କେଇ ଦିନ ଭିତରେ ସୁନା ଦାମ 5.5 ପ୍ରତିତ ବଢିଯାଇଥିଲା । ସେହିଭଳି ରୂପା ଦାମ କିଲୋ ପିଥା 48 ହଜାର 875 ଟଙ୍କାରେ ପହଞ୍ଚିଛି ।

ଗତ 10 ଦିନ ଭିତରେ ସୁନା ଦାମ ପାଖାପାଖୀ 2000 ଟଙ୍କା ବଢିଛି । ସେପଟେ ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହୋଇପଡିଥିଲା । ହେଲେ ଏବେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଥମିବା ଯୋଗୁଁ କ୍ରମଶଃ ସ୍ଥିତି ସୁଧୁରୁଛି । ସେନସେକ୍ସ ସୁଦୃଢ ସହ ନିଫ୍ଟି ପୂର୍ବ ଅବସ୍ଥାକୁ ଫେରିଛି । ଏଥିସହ ଟଙ୍କା ମଧ୍ୟ ମଜବୁତ ହୋଇଛି ।

ABOUT THE AUTHOR

...view details