ନୂଆଦିଲ୍ଲୀ: ଦୁର୍ବଳ ବିଶ୍ବ ବଜାର ସଙ୍କେତ ମଧ୍ୟରେ ଖସିଛି ସୁନା ଦାମ । ରୂପା ଦାମ ମଧ୍ୟ ହ୍ରାସ ପାଇଛି । 10 ଗ୍ରାମ ପିଛା ସୁନା ଦାମ 245 ଟଙ୍କା ହ୍ରାସ ପାଇଥିବା ବେଳେ ରୂପା କିଲୋ 46,106 ଟଙ୍କା ଛୁଇଁଛି ।
ଚାହିଦା ହ୍ରାସ, ଖସିଲା ସୁନା ଦାମ - ଚାହିଦା ହ୍ରାସ, ଖସିଲା ସୁନା ଦାମ
ଦୁର୍ବଳ ବିଶ୍ବ ବଜାର ସଙ୍କେତ ମଧ୍ୟରେ ଖସିଛି ସୁନା ଦାମ । ରୂପା ଦାମ ମଧ୍ୟ ହ୍ରାସ ପାଇଛି । 10 ଗ୍ରାମ ପିଛା ସୁନା ଦାମ 245 ଟଙ୍କା ହ୍ରାସ ପାଇଥିବା ବେଳେ ରୂପା କିଲୋ 46,106 ଟଙ୍କା ଛୁଇଁଛି ।
ମଙ୍ଗଳବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏପ୍ରିଲରେ ଡେଲିଭରି ହୋଇଥିବା 1,425 ଲଟ ଟନ ଓଭରରେ ସୁନା ଦାମ 10 ଗ୍ରାମ ପିଛା 245 ଟଙ୍କା କମି 40,434 ଟଙ୍କା ରହିଛି । ସେହିପରି ଜୁନରେ 82 ଲଟ ଟନ ଓଭରରେ ଡେଲିଭରି ସୁନା ଦାମ 10 ଗ୍ରାମ ପିଛା 257 ଟଙ୍କା କମି 40,590 ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା 1571 ଡଲାର କାରବାର କରୁଛି ।
ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା ରୁପା କ୍ରୟ ହ୍ରାସ କାରଣରୁ ଦାମ ସାମାନ୍ୟ ଖସିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା କିଲୋ 123 ଟଙ୍କା କମି 46,106 ଟଙ୍କା ଅଛି । ଅନ୍ତର୍ଜାତୀୟ ବଜାରରେ ରୂପା ଆଉନ୍ସ, ପିଛା 17.78 ଡଲାର କମିଛି ।