ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ଅସ୍ଥିର ସେୟାର ବଜାରରେ । ହ୍ରାସ ବୃଦ୍ଧି ସହ ଚାଲିଛି କାରବାର । ଏଥିମଧ୍ୟରେ ମେ ମାସରେ ଗୋଲ୍ଡ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ (ଇଟିଏଫ)ରେ 815 କୋଟି ଟଙ୍କାର ନିବେଶ ଆସିଛି । ଏଥିରୁ ସ୍ପଷ୍ଟ କି ବର୍ତ୍ତମାନର ଅନିଶ୍ଚିତତା ମଧ୍ୟରେ ନିବେଶକ ସୁରକ୍ଷିତ ବିକଳ୍ପରେ ନିବେଶ କରୁଛନ୍ତି ।
ମେ’ ରେ ଗୋଲ୍ଡ ଇଟିଏଫରେ ନିବେଶ ହୋଇଛି 815 କୋଟି - ସୁରକ୍ଷିତ ନିବେଶ ସୁନା
କୋରୋନା ସଙ୍କଟ, ପୁଞ୍ଜି ବଜାରରେ ଅନିଶ୍ଚିତତା ମଧ୍ୟରେ ନିବେଶକଙ୍କ ସୁରକ୍ଷିତ ବିକଳ୍ପ ପାଲଟିଛି ସୁନା । ଏଥିଯୋଗୁଁ ମେ ମାସରେ ଗୋଲ୍ଡ ଇଟିଏଫରେ 815 କୋଟି ନିବେଶ ଆସିଛି । ଅଧିକ ପଢନ୍ତୁ..
ଗୋଲ୍ଡ ଇଟିଏଫ
ଗତ ବର୍ଷ ଏହି ବର୍ଗର ପ୍ରଦର୍ଶନ ଅନ୍ୟାନ ସମ୍ପତ୍ତି ତୁଳନାରେ ଭଲ ରହିଥିଲା । 2019 ଅଗଷ୍ଟରେ ଗୋଲ୍ଡ ଇଟିଏଫରେ ମୋଟ 3,299 କୋଟି ଟଙ୍କାର ନିବେଶ ଆସିଥିଲା ।
ଆସୋସିଏସନ ଅଫ ମ୍ୟୁଚୁଆଲ ଫଣ୍ଡସ ଇନ ଇଣ୍ଡିଆ (AMFI )ର ସଦ୍ୟ ତଥ୍ୟ ଅନୁଯାୟୀ, ମେ ଗୋଲ୍ଡ ଇଟିଏଫରେ ନିଟ୍ ନିବେଶ 815 କୋଟି ଟଙ୍କା ଥିଲା। ଏପ୍ରିଲରେ ଏଥିରେ 731 କୋଟି ଟଙ୍କା ନିବେଶ ହୋଇଥିଲା ବେଳେ ମାର୍ଚ୍ଚରେ ଏଥିରୁ 195 କୋଟି ଟଙ୍କା ପ୍ରତ୍ୟାହାର କରାଯାଇଥିଲା । ଏହା ପୂର୍ବରୁ ଫେବୃଆରୀରେ 1,483 କୋଟି ଟଙ୍କା ଓ ଜାନୁଆରୀରେ 2020 କୋଟି ଟଙ୍କା ନିବେଶ ଆସିଥିଲା ।