ଓଡିଶା

odisha

ETV Bharat / business

40 ହଜାର ଟପିବ ସୁନା !

ଗହଣା ପ୍ରେମୀଙ୍କୁ ଶକ୍ତ ଝଟକା । ସୁନା ଦାମ ଶୁଣିଲେ ହୋସ ଉଡିଯାଉଛି । ମଙ୍ଗଳବାର 10 ଗ୍ରାମ ସୁନା ଦାମ 35 ହଜାର ପାର କରିଛି ।

ପ୍ରତିକାତ୍ମକ ଫଟୋ

By

Published : Jun 26, 2019, 7:48 PM IST

ନୂଆଦିଲ୍ଲୀ: ପ୍ରସ୍ତୁତ ରୁହନ୍ତୁ ଗହଣା ପ୍ରେମୀ । ସୁନା ଓ ରୂପା କିଣିବାକୁ ଇଚ୍ଛା ରଖିଥିଲେ ଗରମ ରଖନ୍ତୁ ପକେଟ । 6 ବର୍ଷର ସର୍ବୋଚ୍ଚ ସ୍ତରରେ ସୁନା ଦର । ମଙ୍ଗଳବାର 10 ଗ୍ରାମ ସୁନା ଦର 35 ହଜାର ପାର କଲାଣି । ଆଗକୁ ଏହି ଦର ଆହୁରି ବଢି 40 ହଜାର ପାର କରିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ଗତ କିଛି ଦିନ ଧରି ଦ୍ରୁତ ବେଗରେ ସୁନା ଦର ବଢୁଛି । ବିଲିୟନ ମାର୍କେଟରେ ସୁନା 10 ଗ୍ରାମ ପିଛା 200 ଟଙ୍କା ବଢିଛି । ଏପଟେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଏତେ ବଢିଲାଣି ଯେ, ଏହା 19 ବର୍ଷର ରେକର୍ଡ ଭାଙ୍ଗିଲାଣି । ତେବେ ଘରୋଇ ମାର୍କେଟର ସ୍ଥିତିକୁ ଦେଖି ଅନ୍ତର୍ଜାତୀୟ ବଜାର ତୁଳନାରେ 6 ଡଲାର ଡିସକାଉଣ୍ଟରେ ସୁନା ବିକ୍ରି ହେଉଛି । ଯଦି ଏପରି ଲାଗି ରୁହେ , ତେବେ ବର୍ଷ ଶେଷ ସୁଦ୍ଧା 10 ଗ୍ରାମ ସୁନା ଦାମ 3000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଜୁନ ମାସରେ ଅନ୍ତର୍ଜାତୀୟ ବଜାରରେ ସୁନା 1430 ଡଲାରରେ ପହଞ୍ଚିଛି । ଏହାର କାରଣ ହେଉଛି ଚାହିଦା ବୃଦ୍ଧି । ସମଗ୍ର ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କ ଅଧିକ ପରିମାଣରେ ସୁନା କିଣୁଛନ୍ତି । ଏପଟେ ଜିଓ ପଲିଟିକ୍ସ ଟେନସନ ଓ ଟ୍ରେଡୱାର ଯୋଗୁଁ ସୁନା କ୍ରୟ ବୃଦ୍ଧି ପାଉଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ)ରେ ଅପରାହ୍ନ ସମୟରେ ସୁନା 10 ଗ୍ରାମ ପିଛା 1.04 ପ୍ରତିଶତ ବୃଦ୍ଧି ସହ 34, 380 ଟଙ୍କାରେ କାରବାର କରୁଥିବା ନଜର ଆସିଛି । ଯେତେବଳେ କି ପରବର୍ତ୍ତୀ ସମୟରେ ଏହା ଉଛୁଳି 34,468କୁ ଛୁଇଁଥିଲା ।

For All Latest Updates

ABOUT THE AUTHOR

...view details