ଓଡିଶା

odisha

By

Published : Nov 4, 2020, 10:46 PM IST

ETV Bharat / business

ମଜବୁତ ଡଲାର ମାଡରେ ଖସିଲା ସୁନା-ରୂପା ଦାମ

10 ସପ୍ତାହର ସର୍ବନିମ୍ନ ସ୍ତରରେ ଟଙ୍କା । ମଜବୁତ ଡଲାର । ଆଉ ଏହାର ପ୍ରଭାବରେ ଫିକା ସୁନା ଓ ରୂପା ଚମକ । ଅଧିକ ପଢନ୍ତୁ..

ମଜବୁତ ଡଲାର ମାଡରେ ଖସିଲା ସୁନା-ରୂପା ଦାମ
ମଜବୁତ ଡଲାର ମାଡରେ ଖସିଲା ସୁନା-ରୂପା ଦାମ

ମୁମ୍ବାଇ: 10 ସପ୍ତାହର ରେକର୍ଡ ଭାଙ୍ଗି ଡଲାର ତୁଳନାରେ ଖସିଛି ଟଙ୍କାର ମୂଲ୍ୟ । ଆଉ ଡଲାର ମଜବୁତ ହେବା ସହ ଫିକା ପଡିଛି ସୁନା ଓ ରୂପାର ଚମକ । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରତିଦ୍ବନ୍ଦୀ ଡାଇଡନଙ୍କ କଡା ଟକ୍କର ଦେଉଥିବା ରିପୋର୍ଟ ଆସିବା ପରେ ଡଲାର ଉପରମୁହାଁ । ଯାହା ଫଳରେ ମହଙ୍ଗା ଧାତୁ ମୂଲ୍ୟ ଧୀମା ପଡିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଗତ କାରବାରରେ ଆଉନ୍ସ ପ୍ରତି 1917 ଡଲାର ଉପରେ ରହିଥିଲାବେଳେ ବୁଧବାର ଏହା ଖସି ଆଉନ୍ସ ପ୍ରତି 1,882.80 ଡଲାର ରହିଛି । ସେହିଭଳି ରୂପାରେ ମଧ୍ୟ ଅଧିକ ହ୍ରାସ ଦେଖିବାକୁ ମିଳିଛି ।

ବୈଶ୍ବିକ ବଜାରରେ ଦେଖାଦେଇଥିବା ହ୍ରାସ ଦ୍ବାରା ଭାରତୀୟ ଫ୍ୟୁଚର ବଜାରରେ ମଧ୍ୟ ବୁଧବାର ସୁନା ଓ ରୂପାରେ କାରବାରର ଆରମ୍ଭ ଦୁର୍ବଳ ସହ ହୋଇଛି । ତେବେ ସରଫରା ବଜାରର ତଥ୍ୟ ଅନୁସାରେ ସୁନା ଓ ରୂପା ଦାମ ହ୍ରାସ ଦ୍ବାରା ପାର୍ବଣ ସିଜରେ ପ୍ରଫିଟ ବଢିବ ।

ଜେମ ଆଣ୍ଡ ଜ୍ବେୱଲରୀ ଟ୍ରେଡ କାଉନସିଲ ଅଫ ଇଣ୍ଡିଆର ପ୍ରେସିଡେଣ୍ଟ ଶାନ୍ତିଭାଇ ପଟେଲ କହିଛନ୍ତି ଯେ, ଆଗକୁ ଧନତେରସ ରହିଛି । ଯେଉଁଥିରେ ଦେଶରେ ସବୁଠୁ ଅଧିକ ସୁନା ଓ ରୂପା କିଣା ହୋଇଥାଏ । ଏହା ପରେ ବିବାହ ସିଜନ ମଧ୍ୟ ଆରମ୍ଭ ହେବାକୁ ଅଛି । ଆଉ ଏହି ଦୃଷ୍ଟିରୁ ଗହଣା ଦାମ ହ୍ରାସ ଗ୍ରାହକଙ୍କୁ ଉତ୍ସାହିତ ସହ ବିକ୍ରି ବଢାଇବ ।

ଦେଶର ସବୁଠୁ ବଡ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ବୁଧବାର ସକାଳେ ସୁନା 10 ଗ୍ରାମ ପିଛା 231 ଟଙ୍କା ହ୍ରାସ ସହ 51,367 ଟଙ୍କା ରହିଛି । ସେହିପରି ରୂପା ଦାମ ଗତ କାରବାର ତୁଳନାରେ କିଲୋ ପ୍ରତି 906 ଟଙ୍କା କମି 61,779 ଟଙ୍କାରେ ପହଞ୍ଚିଛି ।

ABOUT THE AUTHOR

...view details