ମୁମ୍ବାଇ: ଗୋଟିଏ ଦିନର ଅଭିବୃଦ୍ଧି ପରେ ପୁଣି ଖସିଲା ସେୟାର ସୂଚକାଙ୍କ । ବୁଧବାର ବିଦେଶୀ ବଜାରରେ ନକାରାତ୍ମକ ସଙ୍କେତ ପ୍ରଭାବରେ ଧରାଶାୟୀ ଘରୋଇ ବଜାର । ସେନସେକ୍ସ 1200 ପଏଣ୍ଟ କମିଥିଲା ବେଳେ ନିଫ୍ଚି 3 ପ୍ରତିଶତରୁ ଅଧିକ ଖସିଛି ।
କୋରୋନା କହର: ଭାରୀ ହ୍ରାସ ସହ ବନ୍ଦ ବଜାର - ଖସିଲା ସେନସେକ୍ସ
ବୁଧବାର ବିଦେଶୀ ବଜାରରେ ନକାରାତ୍ମକ ସଙ୍କେତ ପ୍ରଭାବରେ ଧରାଶାୟୀ ଘରୋଇ ବଜାର । ସେନସେକ୍ସ 1200 ପଏଣ୍ଟ କମିଥିଲା ବେଳେ ନିଫ୍ଚି 3 ପ୍ରତିଶତରୁ ଅଧିକ ଖସିଛି ।
କୋରୋନା କହର : ଭାରୀ ହ୍ରାସ ସହ ସହ ବନ୍ଦ ବଜାର
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 1200 ପଏଣ୍ଟ ହ୍ରାସ ସହ 28265.32 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍ଟି 335.95 ପଏଣ୍ଚ କମି 8,253.15ରେ ବନ୍ଦ ହୋଇଛି ।
ଏହା ପୂର୍ବରୁ କାରବାର ଆରମ୍ଭରେ ଦୁର୍ବଳ ବୈଶ୍ବିକ ସଙ୍କେତ ଯୋଗୁଁ ସେୟାର ବଜାରରେ ପ୍ରମୁଖ ସୂଚକାଙ୍କ ବୁଧବାର 700 ପଏଣ୍ଟରୁ ଅଧିକ କମିଥିଲା । ଏଥି ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, କୋଟାକ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ଇମ୍ଫୋସିସ ସେୟାର ସର୍ବାଧିକ କମିଛି ।