ଓଡିଶା

odisha

ETV Bharat / business

ଚାକିରିଆଙ୍କୁ ବଡ ଝଟକା, ଖସିଲା EPF ସୁଧ ହାର - EPF

6 କୋଟି ଚାକିରିଆଙ୍କୁ ବଡ ଝଟକା । କମିଲା EPF ସୁଧ ହାର । 2019-20 ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ 8.50 ପ୍ରତିଶତକୁ ଖସିଛି । ଗୁରୁବାର ବସିଥିବା ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟି(ସିବିଟି) ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 5, 2020, 4:31 PM IST

ନୂଆଦିଲ୍ଲୀ: 6 କୋଟି ଚାକିରିଆଙ୍କୁ ବଡ ଝଟକା । କମିଲା EPF ସୁଧ ହାର । 2019-20 ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ 8.50 ପ୍ରତିଶତକୁ ଖସିଛି । ଗୁରୁବାର ବସିଥିବା ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟି(ସିବିଟି) ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଇପିଏଫ ସୁଧ ହାର 8.65 ପ୍ରତିଶତ ରହିଥିଲା । ତେବେ ଏଥିରେ ହ୍ରାସ ଦ୍ବାରା ବେତନଭୋଗୀ କମ ସୁଧ ଆୟ ପାଇବେ ।

ପ୍ରକାଶ ଯେ, କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟି(ସିବିଟି) ପିଏଫ ଉପରେ ସୁଧ ଦର ନିର୍ଦ୍ଧାରଣ କରିଥାଏ । ଆଉ ଏହି ନିଷ୍ପତ୍ତିକୁ ଅର୍ଥମନ୍ତ୍ରାଣଳୟର ସହମତି ଜରୁରୀ ହୋଇଥାଏ । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ଅଧିନରେ ଆସୁଥିବା କର୍ମଚାରୀଙ୍କ ମୂଳ ଦରମା(ମୂଳ ଦରମା + ମହଙ୍ଗା ଭତ୍ତା)ର 12 ପ୍ରତିଶତ ପିଏଫକୁ ଯାଏ । ଆଉ ଏତିକି ଯୋଗଦାମ କମ୍ପାନୀ ମଧ୍ୟ କରିଥାଏ । ହେଲେ କମ୍ପାନୀର 12 ପ୍ରତିଶତ ଯୋଗଦାନ ମଧ୍ୟରୁ8.33 ପ୍ରତିଶତ EPS (Employee Pension Scheme) କୁ ଯାଇଥାଏ । ଏହା ବ୍ୟତିତ କେନ୍ଦ୍ର ସରକାରଙ୍କ ମଧ୍ୟ ଏଥିରେ ମୂଳ ଦରମାର 1.16 ପ୍ରତିଶତ ଯୋଗଦାନ ରହିଥାଏ ।

ଆର୍ଥିକ ବର୍ଷ ସୁଧ ହାର

2019-20 8.50%

2018-19 8.65%

2017-18 8.55%

2016-17 8.65%

2015-16 8.8%

2014-15 8.75%

2013-14 8.75%

ABOUT THE AUTHOR

...view details