ଓଡିଶା

odisha

By

Published : Nov 12, 2019, 3:32 AM IST

ETV Bharat / business

ଜଳଜଳ ମାନ୍ଦାବସ୍ଥା, 12 ବର୍ଷ ତଳେ ବିଜୁଳି ଚାହିଦା

12 ବର୍ଷର ରେକର୍ଡ ଭାଙ୍ଗି ସର୍ବନିମ୍ନରେ ଭାରତରେ ବିଦ୍ୟୁତ ଶକ୍ତି ଚାହିଦା । ଗତବର୍ଷ ତୁଳନାରେ ଚଳିତ ଅକ୍ଟୋବରରେ ବଣ୍ଟନକାରୀ କମ୍ପାନୀଗୁଡିକ ପକ୍ଷରୁ ବିଦ୍ୟୁତ ଚାହିଦା 13.2 ପ୍ରତିଶତ ଖସିଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଗତବର୍ଷ ତୁଳନାରେ ଏଥର ଅକ୍ଟୋବର ମାସରେ 13.2କୁ ଖସିଛି ବିଦ୍ୟୁତ ଚାହିଦା । ଯାହାକି ବିଗତ 12 ବର୍ଷର ସର୍ବନିମ୍ନ ସ୍ତର । ଏଥିରୁ ଭାରତୀୟ ଅର୍ଥବ୍ୟବସ୍ଥାର ରୁଗ୍ନ ସ୍ଥିତି ନେଇ ସଙ୍କେତ ମିଳିଛି।

ଆର୍ଥିକ ମାନ୍ଦାବସ୍ଥା ଚାପରେ ସବୁ ସେକ୍ଟର କ୍ଷତିଗ୍ରସ୍ଥ । ଏଥିଯୋଗୁଁ ଉପଭୋକ୍ତା ସାମଗ୍ରୀ ଠାରୁ କାର, ଘର ,ଏପରିକି ବିଦ୍ୟୁତ ଶକ୍ତି ଚାହିଦାରେ ମନ୍ଥର ଦେଖାଦେଇଛି ।

ଏତେ ବଡ ଅର୍ଥବ୍ୟବସ୍ଥାରେ ବିଦ୍ୟୁତ ଚାହିଦା ହ୍ରାସ ଦ୍ବାରା 5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସ୍ବପ୍ନ ଅଧାରେ ଅଟକିପାରେ । କାରଣ ବିଦ୍ୟୁତ ଚାହିଦା କମିବା ଫଳରେ ଔଦଗିକ ଉତ୍ପାଦନ ମଧ୍ୟ ଭାରି ମାତ୍ରାରେ ପ୍ରଭାବିତ ହେବ ।

ABOUT THE AUTHOR

...view details