ଓଡିଶା

odisha

ETV Bharat / business

ନୂଆ ଟ୍ରାଫିକ ନିୟମ: ମୋବାଇଲରେ ରଖନ୍ତୁ ଏହି ଆପ, ରୁହନ୍ତୁ ଫାଇନ ଫ୍ରି - ନୂଆ ଟ୍ରାଫିକ ନିୟମ

ପ୍ରାୟତଃ ସବୁ ସମୟରେ ଗାଡିର ଆବଶ୍ୟକୀୟ ଡକ୍ୟୁମେଣ୍ଟ କପି ପାଖରେ ରଖିବା ସମ୍ଭବ ହୋଇନଥାଏ । ଏଥିଯୋଗୁଁ ମଧ୍ୟ ଚାଳକଙ୍କୁ ହଇରାଣ ହରକତ ହେବାକୁ ପଡୁଛି । ଏପରି ସମୟରେ ଏହି ଆପ ଜରିଆରେ ଆପଣ ପେନାଲିଟିରୁ ବର୍ତ୍ତିପାରିବେ ।

ଡିଜାଇନ ଫଟୋ

By

Published : Sep 5, 2019, 2:15 PM IST

ନୂଆଦିଲ୍ଲୀ: ନିଦ ହଜେଇ ରଖିଛି କେନ୍ଦ୍ର ସରକାରଙ୍କ ମୋଟର ଭେଇକଲ ଆକ୍ଟ । ନୂଆ ଟ୍ରାଫିକ ନିୟମ ଭଙ୍ଗ କଲେ କଷାଯାଉଛି ମୋଟା ଅଙ୍କର ଫାଇନ । ବୁଧବାର ନିୟମ ଉଲ୍ଲଘଂନ କରିଥିବାରୁ ଭୁବନେଶ୍ବରର ଜଣେ ଅଟୋ ଡ୍ରାଇଭରଙ୍କ ଉପରେ ଲାଗିଛି 47ହଜାର 500 ଟଙ୍କାର ଜୋରିମାନା । ଜଣାପଡିଛି ନିୟମ ଲାଗୁ ପରଠୁ ଜଣେ ବ୍ୟକ୍ତିଙ୍କଠାରୁ ଏହା ସର୍ବାଧିକ ଫାଇନ ଆଦାୟ । ଏଥିପାଇଁ ଭୟରେ ଲାଇସେନ୍ସ ଆବେଦନ ପାଇଁ ଆରଟିଓ ଅଫିସ ଓ ହେଲମେଟ କିଣିବାକୁ ଦୋକାନରେ ଲାଗିଲାଣି ଲମ୍ବା ଲାଇନ ।

ନୂଆ ଅଧିନିୟମ ଅନୁଯାୟୀ ନିୟମ ଭାଙ୍ଗିଲେ 10ଗୁଣା ପେନାଲ୍ଟି ଦେବାକୁ ପଡୁଛି । ତେବେ ଅଧିଂକାଶ ଚାଳକ ନିଜ ଗାଡିର କାଗଜପତ୍ର ପାଖରେ ରଖିନଥିବାରୁ ଚାଳନା ଗଣୁଛନ୍ତି । ପ୍ରାୟତଃ ସବୁ ସମୟରେ ଗାଡିର ଆବଶ୍ୟକୀୟ ଡକ୍ୟୁମେଣ୍ଟର କପି ପାଖରେ ରଖିବା ସମ୍ଭବ ହୋଇନଥାଏ । ଏଥିଯୋଗୁଁ ମଧ୍ୟ ଚାଳକଙ୍କୁ ହଇରାଣ ହରକତ ହେବାକୁ ପଡୁଛି । ଏପରି ସମୟରେ ଚିନ୍ତା କରନ୍ତୁ ନାହିଁ । Digilocker App ଓ mParivahan App ଆପଣଙ୍କ ବହୁତ କାମରେ ଆସିପାରେ ।

ରୋଡ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ(MORTH)ମନ୍ତ୍ରଣାଳୟ ଏକ ସର୍କୁଲେସନ ଜାରି କରି ଦର୍ଶାଇଛି ଯେ, ଡାଇଭିଙ୍ଗ ଲାଇସେନ୍ସ , ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଇନ୍ସୁରାନ୍ସ ଓ puc ସାର୍ଟିଫିକେଟକୁ ଇଲେକ୍ଟ୍ରୋନିକ ଫର୍ମରେ ମଧ୍ୟ ଦେଖାଯାଇପାରିବ । ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ପରିବହନ ବିଭାଗକୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଛି । ଏହା ଅନୁଯାୟୀ Digilocker App ଓ mParivahan App ଡାଉନଲୋଡ କରି ଏଥିରେ ଆପଣଙ୍କ ସମସ୍ତ ଡକ୍ୟୁମେଣ୍ଟକୁ ରଖିପାରିବେ । ଯାହାକୁ ଅସଲୀ ଭାବେ ବ୍ୟବହାର ହୋଇପାରିବେ ।

Digilocker App ଓ mParivahan Appରେ ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଇନ୍ସୁରାନ୍ସ ଓ puc ଭଳି କାଗଜପତ୍ରକୁ ପିଡିଏଫ, ଜେପିଜି ଫର୍ମାଟରେ ସ୍କାନ କରି ସେଭ କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ଆପ ଡାଉନଲୋଡ କରିବାକୁ ହେବ । ଏହା ପରେ ନିଜ ଆଧାର ନମ୍ବର ଓ ମୋବାଇଲ ନମ୍ବର ବ୍ୟବହାର କରି ଗୋଟିଏ ଆକାଉଣ୍ଟ କରିବେ । ଯେଉଁଥିରେ ଏସବୁ ଜରୁରୀ କାଗଜପତ୍ର ରଖିପାରିବେ ।

ତେବେ ମନେରଖୁନ୍ତୁ କାଗଜପତ୍ରର ଫଟୋ ଉଠାଇ ରଖିଲେ ତାହା ବ୍ୟବହାରଯୋଗ୍ୟ ହେବନାହିଁ । ଏପରି ସ୍ଥିତିରେ ଆପଣଙ୍କୁ ଚାଲାଣ କାଟିବାକୁ ହିଁ ପଡିବ । ଏଣୁ ଏହି ଆପରେ ସ୍କାନ କରି ସମସ୍ତ ଫିଜିକାଲ କପିକୁ ସେଭ ରଖି ପେନାଲିଟିରୁ ବର୍ତ୍ତିପାରିବେ ।

ABOUT THE AUTHOR

...view details