ନୂଆଦିଲ୍ଲୀ: ହାଣ୍ଡିଶାଳକୁ ମହଙ୍ଗା ମାଡ । ପୁଣି ବଢିଲା ରନ୍ଧନ ଗ୍ୟାସ ଦାମ୍ । ବୁଧବାର ଅଣ-ସବସିଡିଯୁକ୍ତ LPG ସିଲିଣ୍ଡର ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଘରୋଇ LPGସିଲିଣ୍ଡର ମୂଲ୍ୟ ୮୮୪.୫୦ ଟଙ୍କାରୁ ଏବେ ୮୯୯.୫୦ ଟଙ୍କା ମହଙ୍ଗା ହୋଇଛି । ପାଟନାରେ ମଧ୍ୟ LPGସିଲିଣ୍ଡର ୧୦୦୦ ଅଙ୍କରୁ ମାତ୍ର ଦୁଇ ଅଙ୍କ କମ୍ ରହିଛି ।
ଏହାପୂର୍ବରୁ ଅକ୍ଟୋବରରେ କେବଳ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଦର ବଢିଥିଲା । ପେଟ୍ରୋଲିୟମ କମ୍ପାନୀମାନେ ସିଲିଣ୍ଡରର ଦାମରେ ୪୩.୫ ଟଙ୍କା ବୃଦ୍ଧି କରିଥିଲେ । ଯାହାଦ୍ବାରା ରେସ୍ତୋରାଁ, ଢାବା ଗୁଡିକରେ ଖାଦ୍ୟ ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଥିଲା ।