ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜି ବଜାର ଉପରେ କୋରୋନା କୋପ । ଏହି ପ୍ରାଣଘାତୀ ମାରାତ୍ମକ ଭାଇରସ ପ୍ରଭାବରେ ପୁଣି ଚିତପଟ୍ଟାଙ୍ଗ ସେୟାର ସୂଚକାଙ୍କ । ସୋମବାର ସେନସେକ୍ସ 30 ମାସ ଓ ନିଫ୍ଟି 3 ବର୍ଷର ସର୍ବନିମ୍ନ ସ୍ତକୁ ଖସିଛି ।
ବଜାରରେ କୋରୋନା ଝଡ: ସେନସେକ୍ସ 2,700 ପଏଣ୍ଟ ଖସିଲା - ବଜାରରେ କ୍ଷତି ଜାରି
ଭାରତୀୟ ପୁଞ୍ଜି ବଜାର ଉପରେ କୋରୋନା କୋପ । ଏହି ପ୍ରାଣଘାତୀ ମାରାତ୍ମକ ଭାଇରସ ପ୍ରଭାବରେ ପୁଣି ଚିତପଟ୍ଟାଙ୍ଗ ସେୟାର ସୂଚକାଙ୍କ । ସୋମବାର ସେନସେକ୍ସ 30 ମାସ ଓ ନିଫ୍ଟି 3 ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି ।

ବଜାରରେ କୋରୋନା ଝଡ: ସେନସେକ୍ସ 2,700 ପଏଣ୍ଟ ଖସିଲା
ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 2,713.41 ପଏଣ୍ଟ ହ୍ରାସ ପାଇ 31,390.07ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 756.10 ପଏଣ୍ଟ କମି 9199.10ରେ କାରବାର ବନ୍ଦ କରିଛି ।
ଗତ କାରବାର ସପ୍ତାହର ଶେଷ ଦିନରେ ଅର୍ଥାତ ଶୁକ୍ରବାର କାରବାର ଶେଷ ସୁଦ୍ଧା ସେନସେକ୍ସ 1,325.04 ପଏଣ୍ଟ କମିଥିବା ବେଳେ ନିଫ୍ଟି 365.05 ପଏଣ୍ଟ ବଢିଥିଲା । ଶୁକ୍ରବାର ସେନସେକ୍ସ ତଳୁ 5,380 ପଏଣ୍ଟ ବୃଦ୍ଧି ପାଇଥିଲା ।