ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC)କୁ ତାଲିକାଭୁକ୍ତ କରିବା ଓ ଆଇଡିବିଆଇ ବ୍ୟାଙ୍କରେ ସରକାରୀ ଅଂଶଧନ ବିକ୍ରୟ କାମ ଆସନ୍ତା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ହୋଇପାରେ । କୋଭିଡ-19 ସଙ୍କଟ ଯୋଗୁଁ ବଜାର ମୂଲ୍ୟାଙ୍କନ ତଳମୁହାଁ ରହିଥିବା ଯୋଗୁଁ 2020-21ରେ ଏହି କାମ ହେବା ସମ୍ଭାବନା ରହିଛି ।
ଚଳିତ ଆର୍ଥିକ ବର୍ଷରେ ସରକାର ଷ୍ଟକ ବଜାରରେ LICକୁ ତାଲିକା ଭୁକ୍ତ ବା ଲିଷ୍ଟିଙ୍ଗ ଓ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି କରି 90,000 କୋଟି ଟଙ୍କା ବିନିବେଶ ପାଇଁ ଯୋଜନା କରିଥିଲେ । ଏହା ସରକାରଙ୍କ 2.10 ଲକ୍ଷ କୋଟି ଟଙ୍କାର ବିନିବେଶ (ପୁଞ୍ଜି ପ୍ରତ୍ୟାହାର)ଲକ୍ଷ୍ୟର ଗୁରୁତ୍ବପୂର୍ଣ୍ଣ ଅଂଶ ।